ls

ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

sb

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚାଉଲବାଞ୍ଜି ଗାଁରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ ଏବେ ଧାନ ଅମଳ ସମୟ ହୋଇଯାଇଛି । ନିଜ ପରିଶ୍ରମର ଫଳ ଦେଖି ଚାଷୀ ମନରେ ବହୁତ ଖୁସି । ଭାଗ୍ୟକୁ ଅଞ୍ଚଳରେ ଏ ବର୍ଷ ଧାନ ଭଲ ହୋଇଛି । ନହେଲେ ଖପ୍ରାଖୋଲ ଅଞ୍ଚଳ ମରୁଡି ପ୍ରଭାବିତ ଅଞ୍ଚଳ ବୋଲି ସମସ୍ତେ ଜାଣନ୍ତି ।

ଚାଉଲବାଞ୍ଜି ଗାଁରେ ଚାଷୀ ଜଣକ ଧାନ କାଟି ନିଜ ଖଳାରେ ରଖିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା କୈାଣସି କାରଣରୁ ଶୁକ୍ରବାର ଦିନ ଦୁଇଟା ସମୟରେ ଧାନ ଖଳାରେ ନିଆଁ ଲାଗି ଯାଇଥିଲା । ସଙ୍ଗେ ସଙ୍ଗେ ଖପ୍ରାଖୋଲ ଦମକଳ ବାହିନୀକୁ ଫୋନ୍ ଯୋଗେ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ସେତେବେଳେକୁ ଆଉ କିଛି ନଥିଲା । ସବୁ ଜଳି ପାଉଁଶ ହୋଇଯାଇଥିଲା । ନିଜ ଆଖି ଆଗରେ ନିଜ ପରିଶ୍ରମ ପାଉଁଶ ହେଉଥିବା ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି । କେମିତି ଚଳିବେ ପରିବାର । ଏହି ଅସହାୟ ପରିବାରକୁ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ଗ୍ରାମବାସୀ କହିଛନ୍ତି ।

pc pk
Leave A Reply

Your email address will not be published.