ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଜବତ

ବାଲେଶ୍ୱର : ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ପୁରୁଣା ବାଲେଶ୍ୱର ଅଂଚଳରେ ଥିବା ଏକ ଚୋରା ଦେଶୀ ମଦ କାରବାର କରୁଥିବା ମଦ ଭାଟି ଉପରେ ଆତର୍କିତ ଭାବେ ଚଢ଼ାଉ ୨୨୪୫୦ ଲିଟର ମଦ ପୋଚ ଜବତ କରାଯାଇଛି । ଜବତ ପୋଚର ଆନୁମାନିକ ମୂଲ୍ୟ ୧୨ଲକ୍ଷ ୨୨ହଜାର ୫୦୦ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୁରୁଣା ବାଲେଶ୍ୱରରେ ଚୋରା ଦେଶୀ ମଦ କାରବାର ହେଉଥିବା ପୂର୍ବରୁ ବହୁବାର ଅଭିଯୋଗ ହେଉଥିବାରୁ ଆଜି ଅବକାରୀ ବିଭାଗ ପୂର୍ବ ସୂଚନାକୁ ଆଧାର କରି ପରିବା କ୍ଷେତ, ବିଭିନ୍ନ ନାଳ ଓ ପୋଖରୀ ଭିତରୁ ଏହି ମଦ ପୋଚ ଜବତ କରିବା ସହ ତିନୋଟି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଜବତ ସମୟରେ ଚୋରା ଦେଶୀ ମଦ କାରବାର କରିଥିବା ବ୍ୟବସାୟ ପୋଲିସ ଚଢ଼ାଉ ସମୟରେ ଖସିଯିବାରେ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.