oom

ଖପ୍ରାଖୋଲ ପୋଲିସର ପେଟ୍ରୋଲିଂ ବେଳେ ହରିଶଙ୍କର ଛକ ନିକଟରୁ ଗାଡି ସହ ୧୮ ଜଣ ଦାଦନ ଶ୍ରମିକ ଉଦ୍ଧାର : ମୁଖ୍ୟ ସର୍ଦ୍ଦାର ଗିରଫ

jsmm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ଥାନା ହରିଶଙ୍କର ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ପାଞ୍ଚ ଶିଶୁ ସମେତ ୧୮ ଦାଦନ ଶ୍ରମିକ ଶନିବାର ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ଼, ଏଏସ୍‌ଆଇ ଗୋପାଳକୃଷ୍ଣ କୁମୁରା, କନେଷ୍ଟବଲ ସଞ୍ଜୀବ ସାହୁ, ସଞ୍ଜୁ ପଧାନ ପେଟ୍ରୋଲିଂ କରୁଥିବା ବେଳେ ଏକ ଗାଡି ଦୃତ ଗତିରେ ଯାଉଥିବାରୁ ତାକୁ ଅଟକାଇ ପଚରା ଉଚୁରା କଲା ବେଳେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣି ପାରିଥିଲେ । ଏହାପରେ ଗାଡି ସହ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଆଣିଥିଲେ । ଶ୍ରମିକ ମାନଙ୍କୁ ପଚରା ଉଚୁରା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ବନ୍ଧର ଗାଁର ବୋଲି ଜଣାପଡିଛି । ମୋଟ ୧୦ ଜଣ ପୁରୁଷ, ୮ ଜଣ ମହିଳା ଓ ୫ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ଶ୍ରମିକ ମାନଙ୍କୁ ତୁରେକେଲା ଥାନା ଖର୍ଲି ଗାଁର ଦାଦନ ସର୍ଦ୍ଦାର ନୀଳମଣି ମେହେର ବେଆଇନ ଚାଲାଣ କରୁଥିବା ଜଣାଯାଇଛି । ଏନେଇ ପୁଲିସ ସର୍ଦ୍ଦାରଙ୍କୁ ଗିରଫ କରିଛି । ଦାଦନ ଚାଲାଣ ହେଉଥିବା କୃଜ ଫୋର୍ସ ଓଡି ୧୭ସି୦୮୨୩ ଗାଡିକୁ ଜବତ କରିଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ୍‌ ନମ୍ବର ୧୯୩/୨୨ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ କିଛି ଦିନ ତଳେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର ବେଆଇନ ଦାଦନ ଚାଲାଣ ଉପରେ କଡାକଡ଼ି ନଜର ରହିଥିବା କହିଥିବା ବେଳେ ବେଆଇନ ଦାଦନ ଚାଲାଣ ହୋଇ ପୋଲିସ ହାତରେ ଧରା ପଡି ଖପ୍ରାଖୋଲ ଥାନାରେ ୧୧ଟି କେସ ପଞ୍ଜିକୃତ ହୋଇ ଶତାଧିକ ଶ୍ରମିକ ଉଦ୍ଧାର ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.