jayashree

୪ ଦାଦନ ଶ୍ରମିକ ଉଦ୍ଧାର : ସର୍ଦ୍ଦାର ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପୁଲିସ ଜାମସେଠ ଓ ଛିନ୍ଦେଇକେଲା ଅଂଚଳରେ ପେଟ୍ରୋଲିଂ କରୁଥିବାବେଳେ ବେଆଇନ ଭାବରେ ଦାଦନ ଶ୍ରମିକ ମାନଙ୍କୁ ଚାଲାଣ କରାଯାଉଥିବା ଖବର ପାଇ ସେହି ଅଂଚଳରେ ଛାନ୍‌ଭିନ୍‌ କରି ୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଜଣେ ଦାଦନ ସର୍ଦ୍ଦାରଙ୍କୁ ପୁଲିସ ଗିରଫ କରିଛି । ଏନେଇ କେସ ନଂ ୩୦୮/୨୪ରେ ମାମଲା ରୁଜୁ କରି କିସ୍ମତ ତାଣ୍ଡି(୩୮) ଗ୍ରାମ ଖର୍ଲି, ଥାନା ତୁରେକେଲା, ଜିଲା ବଲାଙ୍ଗିରକୁ ବୁଧବାର ପଦ୍ମପୁର କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଯାଞ୍ଚ ସମୟରେ ୩ ଜଣ ପୁରୁଷ, ଜଣେ ମହିଳାଙ୍କୁ ପଚରା ଉଚରା କରି ତାଙ୍କୁ ଛାଡି ଦିଆ ଯାଇଛି ବୋଲି ପାଇକମାଲ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.