ବେଆଇନ ଦାଦନ ଚାଲାଣ : ସର୍ଦ୍ଦାର ଅଟକ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ଦାଦନ ଚାଲାଣର ହବ ପାଲଟିଛି । ଦାଦନ ଋତୁ ଆରମ୍ଭ ପୂର୍ବରୁ ଦାଦନ ଦଲାଲ ମାନେ ବିଭିନ୍ନ ଗାଁ ଗଣ୍ଡାକୁ ଯାଇ ଟଙ୍କା ବଇନା ଦେଇ କରୁଛନ୍ତି ଦାଦନ ଚାଲାଣ । ଗାଁରେ କାମଧନ୍ଦା ନପାଇ ଗରିବ ଲୋକେ ହେଉଛନ୍ତି ଦାଦନ ଚାଲାଣ । ବେଆଇନ ଦାଦନ ଚାଲାଣ ହେଉଥିବା ଖବର ପାଇ କଣ୍ଟାବାଞ୍ଜି ପୋଲିସ ୧୮ ଜଣ ଦାଦନକୁ ଉଦ୍ଧାର କରି ସର୍ଦ୍ଦାର ପ୍ରଦୀପ ବେହେରାଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ୭ ଜଣ ମହିଳାଙ୍କ ସମେତ ୪ ଜଣ ପୁରୁଷ ଓ ୭ ଜଣ ଶିଶୁକୁ ଉଦ୍ଧାର କରାଯାଇ ଥିବା ସୂଚନା ମିଳିଛି । ଉଦ୍ଧାର ଦାଦନ ମୁରିବାହଲ ଥାନା ସାରଦାପୁରର ବୋଲି ଜଣାପଡିଛି ।

Leave A Reply

Your email address will not be published.