ପାଟଣାଗଡ, (କେପିଏନ୍ଏସ୍) : ଆଜି ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଭକ୍ତବନ୍ଧୁ ନାଏକଙ୍ଙ୍କ ନେତୃତ୍ବରେ ଶତାଧିକ କର୍ମୀ ରାଲିରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଓ ନାମ ହଡପ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଓ ବିଡିଓଙ୍କ ଠାରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦିଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମ୍ପୁର୍ଣ୍ଣ ଭାବରେ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁଛନ୍ତି ତାହାକୁ ଓଡିଶା ରାଜ୍ୟ ସରକାର ଲୋକଙ୍କୁ ବିଭ୍ରାନ୍ତ କରି ବିଜୁ ପଟ୍ଟନାୟକଙ୍କ ଲୋଗୋ ଲଗାଇ ଲୋକ ମାନଙ୍କୁ ଠକୁଛନ୍ତି । ତେଣୁ ୪୨୦ ଦଫା ରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏହି ରାଲିରେ ଜୟନ୍ତ କୁମାର, ମୁରଲି ତ୍ରିପାଠୀ, ଚତୁଭୁଜ ମେହେର, ନଦଂନ ଠାକୁର ଓ ପକଂଜ କୁମାର ନାଗ ପ୍ରମୁଖ ସାମିଲ ଥିଲେ ।