ଆବର୍ଜନା ଗୃହକୁ ନେଇ ଅତିରିକ୍ତ ଜିଲ୍ଲାପାଲଙ୍କୁ ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବେଶ ଦୂଷିତ ହେଉଥିବାରୁ ଗାଁ ଗାଁରେ ଆବର୍ଜନା ଗୃହ ନିର୍ମାଣ କରାଯାଇଛି । ହେଲେ ପଦ୍ମପୁର ଉପଖଣ୍ଡ ପୁରେନାଁ ଗ୍ରାମର ଅଙ୍ଗେନୱାଡି କେନ୍ଦ୍ର -୨ ନିକଟରେ, ସ୍ୱଚ୍ଛ ଭାରତ ଆବର୍ଜନା ପୃଥକୀ କରଣ କେନ୍ଦ୍ର ଗୃହ ନିର୍ମାଣ କରାଯାଇଛି । ଏହି ଗୃହରେ ପ୍ଲାଷ୍ଟିକ, ପଲିଥିନ୍‌, ଆବର୍ଜନା ମଇଲା ପକାଯାଏ । କିନ୍ତୁ ୨ ଦିନ ହେବ ସ୍ୱଚ୍ଛ ଭାରତ ଆବର୍ଜନା ଗୃହର ଲୁହାର ଏଙ୍ଗଲ୍‌ ୪ ଗୋଟି ଗୃହରେ ଲାଗିଥିବା ସମସ୍ତ ସିମେଣ୍ଟ ଆଡବେସ୍ଟର ଏବଂ ଗୃହକୁ ଭାଙ୍ଗି ମାଟି ଇଟାକୁ କେହି ଦୃର୍ବୁତ୍ତ ମାନେ ଚୋରି କରି ନେଇଯାଇଛନ୍ତି । ବର୍ତ୍ତମାନ ଆବର୍ଜନା ଗୃହରେ କୌଣସି ସାମଗ୍ରୀ ନାହିଁଁ । ସବୁଜାକ ବର୍ତ୍ତମାନ ବଖାର ନଥିବାରୁ ସବୁଜାକ ମଇଲା ଆବର୍ଜନା ଗୁଡାଏ ଏଣେ ତେଣେ ଫୋପାଡୁଛନ୍ତି । ଏହି ଘଟାଣା ଭିଆଇ ଥିବା ଲୋକଙ୍କ ଉଚିତ୍‌ ଦଣ୍ଡ ମିଲୁ ବୋଲି ପୁରେନା ଗ୍ରାମର ପଦ୍ମପୁର ବ୍ଲକର କ୍ଷେତ୍ରଘନ କୁମ୍ବାର ଅତିରିକ୍ତ ଜିଲ୍ଲାପାଲଙ୍କୁ ଲେଖିକି ଜଣାଇଛନ୍ତି ।

Leave A Reply

Your email address will not be published.