ବନ୍ଧପଡ଼ା ଓ ଅର୍ଜୁନପୁରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ କରିବା ନେଇ ଶିକ୍ଷା ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ଓ ବନ୍ଧପଡ଼ାରେ ଦୁଇଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ) ସ୍ଥାପନ କରିବାକୁ ବଲାଙ୍ଗୀର ଗସ୍ତରେ ଆସିଥିବା ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର । ଏହି ଅଞ୍ଚଳରେ କଲେଜ ନ ଥିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ର, ଛାତ୍ରୀମାନେ । ଅର୍ଜୁନପୁର ଓ ବନ୍ଧପଡ଼ା ଅଞ୍ଚଳରେ ଥିବା ୧୬ଟି ପଞ୍ଚାୟତର ଛାତ୍ର, ଛାତ୍ରୀ ମାନଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଜୁନପୁର ଓ ବନ୍ଧପଡ଼ା ହାଇସ୍କୁଲକୁ ଉନ୍ନୀତ କରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବାକୁ ଦାବୀ କରାଯାଇଛି । ଏହି ସମୟରେ ଦେଓଗାଁ ବ୍ଲକର ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେର, ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ, ବିଜେଡି ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ଉଡ଼ାର ସମିତି ସଭ୍ୟ ଟିକେଚନ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.