ନିଖିଳ ଶ୍ରମିକ ସଂଘ ତରଫରୁ ଉପ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ନିଖିଳ ଶ୍ରମିକ ସଂଘ ତରଫରୁ ଟିଟିଲାଗଡ଼ ଏକ ଦାଦନ ପ୍ରବଣ ଅଂଚଳ । ଏହି ଅଂଚଳର ପ୍ରାୟତଃ ପ୍ରବାସୀ ଅଶିକ୍ଷିତ, ଗରୀବ, ବେକାର ଏବଂ ଦାରିଦ୍ର୍ୟ ତଥା ନିଯୁକ୍ତିର ଅଭାବ ଯୋଗୁଁ ଏହି ଅଂଚଳର ଲୋକେ ପ୍ରାୟତଃ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି । ଏହି ଅଂଚଳରେ ରେଳ ଜଙ୍କସନ୍ ଥିବାରୁ ପ୍ରାୟତଃ ଲୋକେ ଦାଦନ ଖଟିବାକୁ ମାଡ୍ରାସ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ବିଜୟୱାଡା, ଗୁଜରାଟ ଓ ଅନେକ ବଡ଼ ବଡ଼ ସହରକୁ ଯାଇଥାନ୍ତି । ସେଠାରେ ଦଲାଲ ଓ ଠିକାଦାରମାନଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିବା ଅଭିଯୋଗ କରିଛନ୍ତି । ପ୍ରକୃତରେ ଏହା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ନିଖିଲ ଶ୍ରମିକ ସଂଘ କହିଛି । ଦୀର୍ଘ ଦଶନ୍ଧି ଧରି ଏହି ଅଂଚଳରେ ଅତିରିକ୍ତ ଶ୍ରମ କାର୍ଯ୍ୟାଳୟ ଅଫିସ ଥିଲା । କିନ୍ତୁ ବହୁତ ଦୁଃଖର ବିଷୟ ଯେ, ୨୦୦୪ ମସିହାରେ ଏହାକୁ ସ୍ଥାନାନ୍ତରଣ କରାଗଲା । ଆଜି ଶ୍ରମିକ ମାନଙ୍କୁ ପଞ୍ଜିକରଣ ତଥା ପୁନଃ ପଞ୍ଜିକରଣ ପାଇଁ ବଲାଙ୍ଗିରକୁ ଯିବାକୁ ପଡୁଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ଶ୍ରମିକ ମାନଙ୍କୁ ବହୁତ ହଇରାଣ ହେବାକୁ ପଡୁଛି ତଥା ସେମାନଙ୍କ ମନୋବଳ ହ୍ରାସ ପାଉଛି ଓ ଦଲାଲମାନେ ଏହାର ସୁବିଧା ନେଇ ସେମାନଙ୍କୁ ଦାଦନ ଖଟିବାକୁ ବିନା ପଞ୍ଜିକରଣରେ ଦୂର ସହରକୁ ନେଉଛନ୍ତି ଯଦ୍ୱାରା ସେମାନଙ୍କ ଦୂର୍ଘଟଣା କିମ୍ବା ମୃତ୍ୟୁ ହେଲେ ସେମାନେ ସରକାରଙ୍କ ହିତାକାରୀ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ଓ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ବୋଲି ନିଖିଲ ଶ୍ରମିକ ସଂଘର ସଭାପତି ଆଲୋକ ନାୟକ କହିଛନ୍ତି । ଏହି ସବୁକୁ ଆଖି ଆଗରେ ରଖି ଗତ ଦୀର୍ଘଦିନ ଧରି ନିଖିଳ ଶ୍ରମିକ ସଂଘ ସରକାରଙ୍କ ପାଖରେ ଟିଟିଲାଗଡ଼ରେ ଶ୍ରମ କାର୍ୟ୍ୟାଳୟ (ଏଏଲ୍ଓ) ର ପୁନଃ ସ୍ଥାପନ ପାଇଁ ଦାବୀକରି ଆସୁଥିବା କହିଛନ୍ତି । ସରକାର ଏଥିପାଇଁ କୌଣସି ପଦକ୍ଷେପ ନ ନେଇ ଏବଂ ପଶ୍ଚିମ ଓଡ଼ିଶାର ପଛୁଆ ଏହି ଅଂଚଳ ପ୍ରତି ବୈମାତୃକ ଭାବନା ପ୍ରଦର୍ଶନ କରୁଥିବାରୁ ଦୁଃଖ ପ୍ରକାଶ କରିଥିବା କହିଛନ୍ତି । ତେଣୁ ପୁନର୍ବାର ନିଖିଲ ଶ୍ରମିକ ସଂଘ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଟିଟିଲାଗଡରେ ଶ୍ରମ କାର୍ଯ୍ୟାଳୟର ପୁନଃ ସ୍ଥାପନା ପାଇଁ ନିର୍ଦ୍ଦେଶ ପ୍ରଦାନ ଯଥା ଶୀଘ୍ର କରାଯାଉ । ନଚେତ୍ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ଏବଂ ଆଇନକୁ ହାତକୁ ନେବାପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.