oom

କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲାରେ କ୍ୟାନସର ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏ ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇନାହିଁ । ଫେବୃଆରୀ ମାସ ୬ ତାରିଖ ଗୁରୁବାର ଦିନ ତିନି ଜଣିଆ ଟିମ୍ ଆସି ତର୍ଜମା କରିବା ସହ ରିପୋର୍ଟ ପଠାଇଥିଲେ । ତା ସଙ୍ଗେ ନିରୀକ୍ଷଣ ହେଲା ପରେ ବି ଏବେ ପର୍ୟ୍ୟନ୍ତ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହୋଇପାରି ନାହିଁ । ଆଜି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ‌ଙ୍କ ନେତୃ‌ତ୍ୱରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବୀରେ ଆଜି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି, ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ବ୍ରହ୍ମାନନ୍ଦ ମହାକୁଡ, ଜିଲ୍ଲା ଯୁବ ମଜଦୂର କଂଗ୍ରେସ ସଭାପତି ଆଶିଷ ବେହେରା, ଯୁବନେତା ଗୋବିନ୍ଦ ମେହେର, ଛାତ୍ର ନେତା ଅଭିଷେକ ନାୟକ, କରନ କୁଅଁର, ବିମଳ ସିକା, ଅନନ୍ତ ତାଣ୍ଡି ଓ ଦଳୀୟ କର୍ମୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.