ppurohit

ଦୁଇ ବର୍ଷ ହେଲା ଇନ୍‌ସ୍ୟୁରାନ୍ସ ପାଇ ନାହାନ୍ତି ବେଲପଡା ଚାଷୀ : ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର, ଆନ୍ଦୋଳନ ପାଇଁ ସଜବାଜ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷୀମାନେ ଗତ ଦୁଇ ବର୍ଷ ହେଲା କ୍ରପ ଇନ୍‌ସ୍ୟୁରାନ୍ସ ପାଇ ନଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଛନ୍ତି । ଏହି ଦାବୀପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଚାଷୀମାନେ ପ୍ରାରମ୍ଭିକ ପ୍ରିମିଅମ ଭରିବା ସତ୍ୱେ ୨୦୧୮ ଓ ୨୦୧୯ର କ୍ରପ ଇନ୍‌ସ୍ୟୁରାନ ପାଇବାରୁ ବଂଚିତ ହୋଇଛନ୍ତି । ତାହାସହ ସରକାରୀ କଳ ଓ ଇନ୍‌ସ୍ୟୁରାନ କଂପାନୀମାନଙ୍କ ମଧୁଚନ୍ଦ୍ରିକା ଦ୍ୱାରା ସେମାନେ ଦୀର୍ଘ ଦିନ ହେଲା ନିଜ ହକ୍‌ ପାଇପାରୁ ନାହାନ୍ତି । ତେବେ ଏହି ବିଷୟକୁ ଗୁରୁତର ସହ ନେଇ ଯଦି ଯଥାଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ଆଗାମୀ ଦିନରେ ଚାଷୀକୁଳ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଜୟ କୋଶଲ କୃଷକ ସଂଗଠନ ତରଫରୁ ସିଧା ସଳଖ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.