ପବ୍‌-ଜି ବ୍ୟାନ୍‌ ହେଲା ଭାରତରେ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସାରା ଦେଶରେ ପବ୍‌-ଜି ଖେଳରେ ଶିଶୁ ଠୁ କିଶୋର, ଯୁବକ ପର୍ଯ୍ୟନ୍ତ ମାତିଥିବା ବେଳେ ଏବେ ଭାରତରେ ଏହା ବ୍ୟାନ୍‌ ହୋଇଛି । ପବ୍‌-ଜି ସହ ୧୧୮ଟି ମୋବାଇଲ ୍‌ଆପ୍‌ସ୍‌କୁ ନିଷେଧ କରାଯାଇଛି । ଭାରତ-ଚୀନ ମଧ୍ୟରେ ଲଦାଖରେ ଚାଲିଥିବା ବିବାଦ ଭିତରେ ଆଜି ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାରତ ପକ୍ଷରୁ ନିଆଯାଇଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୧୦୬ ଚୀନ୍‌ ଆପ୍‌ ଉପରେ ଭାରତ ନିଷେଧାଦେଶ ଲଗାଇଥିଲେ । ତେବେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି କଟକଣା ଲଗାଯାଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.