ହେଲ୍ପଡେସ୍କ ଗଠନ ହେଲା ସାଇବର କ୍ରାଇମ ରୋକିବାକୁ

ଭୁବନେଶ୍ୱର : ହେଲ୍ପଡେସ୍କ ଗଠନ ହୋଇଛି ସାଇବର କ୍ରାଇମ ରୋକିବାକୁ । କମିଶନରେଟ ପୋଲିସ ପକ୍ଷରୁ ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ହେଲ୍ପଲାଇନ ନମ୍ବର ହେଉଛି ୭୪୪୦୦୦୬୭୦୯ । ଠକାମିର ଶିକାର ହେଉଥିବା ଲୋକଙ୍କ ଟଙ୍କା କୁଆଡେ ଯାଉଛି ସେଥିପ୍ରତି ଅନୁସନ୍ଧାନ କରାଯିବ । ଠକାମିର ଶିକାର ହେବାର ୧ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ବୋଲି ପୋଲିସ କମିଶନର କହିଛନ୍ତି । ଠକାମିର ଶିକାର ହେବା ମାତ୍ରେ ସଙ୍ଗେ ସଙ୍ଗେ କମ୍‌ପ୍ଲେନ କରିବାକୁ ଅନୁରୋଧ କରିଛି ପୋଲିସ । ଏଥିପାଇଁ ଜଣେ ସବଇନ୍ସିପେକ୍ଟର ଓ ୭ ଜଣ କନଷ୍ଟେବଳ କାମ କରୁଛନ୍ତି । ସନ୍ଦେହ ଜନକ କଲ୍‌ ଆସିଲେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି ।

Leave A Reply

Your email address will not be published.