oom

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ : ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୨୦ ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୨୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୭୦୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୫୧୭ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୮, ବାଲେଶ୍ୱରରୁ ୨୧, ବରଗଡ଼ରୁ ୬୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୩୩, ବୌଦ୍ଧରୁ ୫, କଟକରୁ ୯୬, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨୬, ଗଜପତିରୁ ୫, ଗଂଜାମରୁ ୨୭, ଜଗତସିଂହପୁରରୁ ୫୯, ଯାଜପୁରରୁ ୨୬, ଝାରସୁଗୁଡ଼ାରୁ ୩୨, କଳାହାଣ୍ଡିରୁ ୫୯, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୪୮, କେଉଁଝରରୁ ୪୮, ଖୋର୍ଦ୍ଧାରୁ ୧୩୪, କୋରାପୁଟରୁ ୨୧, ମାଲକାନଗିରିରୁ ୧୯, ମୟୁରଭଂଜରୁ ୪୬, ନବରଙ୍ଗପୁରରୁ ୧୪, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୬୬, ପୁରୀରୁ ୬୦, ରାୟଗଡ଼ାରୁ ୫, ସମ୍ବଲପୁରରୁ ୪୦, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୧୧୯, ଷ୍ଟେଟ୍‌ ପୁଲ୍‌ ୨୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏବେ ୧୨୩୪୧ ଜଣ ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.