pr

ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୪ ଆକ୍ରାନ୍ତ ଚିହ୍ନଟ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୭୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୮୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୬୧୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୭୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୬୮, ଭଦ୍ରକରୁ ୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୫, କଟକରୁ ୧୨୦, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୮, ଗଜପତିରୁ ୫, ଗଂଜାମରୁ ୩୩, ଜଗତସିଂହପୁରରୁ ୬୭, ଯାଜପୁରରୁ ୩୯, ଝାରସୁଗୁଡ଼ାରୁ ୩୯, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୫୬, କେଉଁଝରରୁ ୬୯, ଖୋର୍ଦ୍ଧାରୁ ୧୭୫, କୋରାପୁଟରୁ ୨୩, ମାଲକାନଗିରିରୁ ୨୯, ମୟୁରଭଂଜରୁ ୫୨, ନବରଙ୍ଗପୁରରୁ ୩୦, ନୟାଗଡ଼ରୁ ୨୦, ନୂଆପଡ଼ାରୁ ୪୬, ପୁରୀରୁ ୭୩, ରାୟଗଡ଼ାରୁ ୭, ସମ୍ବଲପୁରରୁ ୩୭, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୧୦୪, ଷ୍ଟେଟ୍‌ ପୁଲ୍‌ ୩୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏବେ ୧୩୯୧୯ ଜଣ ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସୂଚନାରେ କୁହାଯାଇଛି ।

nrusinghnath
Leave A Reply

Your email address will not be published.