oom

ଓଡ଼ିଶାରେ ୧୬୯୯ ସଂକ୍ରମିତ ଚିହ୍ନଟ : ପୁଣି ୧୦ ମୁଣ୍ଡ ଗଲା କରୋନାରେ

jsmm

ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶାରେ ଆଜି ୧୬୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୦୭୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୬୨୬ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ଖୋର୍ଦ୍ଧାରୁ ୨୨୦, ସୁନ୍ଦରଗଡ଼ରୁ ୧୭୮, ସମ୍ବଲପୁରରୁ ୧୦୧, କଟକରୁ ୧୦୫, ଗଂଜାମରୁ ୨୬୮, ବରଗଡ଼ରୁ ୮୧, କନ୍ଧମାଳରୁ ୭୪, ପୁରୀରୁ ୬୭, ମାଲକାନଗିରିରୁ ୭୨, ଗଜପତିରୁ ୫୯, ଭଦ୍ରକରୁ ୬୬, ଢେ଼ଙ୍କାନାଳରୁ ୨୭, କଳାହାଣ୍ଡିରୁ ୩୦, ଯାଜପୁରରୁ ୪୧, କୋରାପୁଟରୁ ୪୧, କେନ୍ଦୁଝରରୁ ୫୬, କେନ୍ଦ୍ରାପଡ଼ାରୁ ୨୭, ନୟାଗଡ଼ରୁ ୨୫, ମୟୁରଭଂଜରୁ ୨୪, ବଲାଙ୍ଗିରରୁ ୨୧, ରାୟଗଡ଼ାରୁ ୧୯, ଅନୁଗୁଳରୁ ୧୭, ବାଲେଶ୍ୱରରୁ ୧୭, ନବରଙ୍ଗପୁରରୁ ୧୬, ଜଗତସିଂହପୁରରୁ ୧୬, ସୋନପୁରରୁ ୧୦, ବୌଦ୍ଧରୁ ୮, ଝାରସୁଗୁଡ଼ାରୁ ୧୦ ଓ ନୂଆପଡ଼ାରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ୪୦୭୧୭କୁ ସଂଖ୍ୟା ଛୁଇଁଛି । ସବୁଠାରୁ ବଡ଼ ଦୁଃଖର ଖବର ଯେ, ଆଜି ପୁଣି ୧୦ ମୁଣ୍ଡ ନେଇଛି କରୋନା । ଗଂଜାମରୁ ୩, ସୁନ୍ଦରଗଡ଼ରୁ ୨, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଓଡ଼ିଶାରେ କରୋନା ସଂକ୍ରମଣରେ ୨୩୫ ଜଣଙ୍କ ମୃତୁ୍ୟ ଘଟି ସାରିଲାଣି ।

jittmm
Leave A Reply

Your email address will not be published.