ବୌଦ୍ଧ ଜିଲ୍ଲାରେ ବଢିଚାଲିଛି କରୋନା ପଜିଟିଭ ସଂଖ୍ୟା

ବୌଦ୍ଧ,(ବଂଶୀଧର ମାଝୀ): ସରକାରୀ ସ୍ତରରେ ଯେତେ ପଦକ୍ଷେପ ଅବଲମ୍ବନ କରୁଥିଲେ ମଧ୍ୟ ଲୋକେ କୋଭିଡ କଟକଣାକୁ କୌଣସି ପ୍ରକାରେ ପାଳନ କରିବାରେ ନାରାଜ ହେଉଥିବା ହେତୁ ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଆଜି ଜିଲ୍ଲାରେ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେ ମଧ୍ୟରୁ ନାରାୟଣନଗର ଗ୍ରାମର ୪୭ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ନାରାୟଣ ନଗର ଗ୍ରାମରେ ଗତକାଲି ସୁଦ୍ଧା ୨୧୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ଗ୍ରାମରୁ ପୁଣି ୪୭ କରୋନା ପଜିଟିଭ ଚିହ୍ନଟ ହେବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତକାଲି ଜିଲ୍ଲାର ରିପୋର୍ଟ ୪୨୯ ରହିଥିଲା, ଆଜିର ସଂଖ୍ୟାକୁ ମିଶାଇ ୪୮୨ ହୋଇଛି । ପ୍ରଶାସନ ପକ୍ଷରୁ କୌଣସି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ନକଲେ ଆଗକୁ ବୌଦ୍ଧ ଜିଲ୍ଲାରେ କରୋନା ସ୍ଥିତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ତାହା ନିସନ୍ଦେହ ।

Leave A Reply

Your email address will not be published.