oom

ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪୨ : ଜିଲ୍ଲାରେ ଆଜି ନୂଆ ୮୫ ଚିହ୍ନଟ, ବଲାଙ୍ଗିର ପୌରାଂଚଳରେ ୨୪ ଓ ଟିଟିଲାଗଡ଼ ପୌରାଂଚଳରେ ୫

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୪୨ ରହିଛି । ତେବେ ଆଜି ଜିଲ୍ଲାରେ ନୂଆ ଆକ୍ରାନ୍ତ ୮୫ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୨୪ ଓ ଟିଟିଲାଗଡ଼ ପୌରାଂଚଳରେ ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୩, ୪ରୁ ୨, ୮ରୁ ୧, ୧୨ରୁ ୧, ୧୫ରୁ ୭, ୧୮ରୁ ୧, ୨୦ରୁ ୬ ଏବଂ ୨୧ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ପୌରାଂଚଳରୁ ୱାର୍ଡ ନଂ. ୨ରୁ ୧, ୩ରୁ ୨, ୪ରୁ ୧ ଓ ୧୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଳକ୍‌ ଭରସୁଜା ଗ୍ରା.ପ.ରୁ ୨, ରୋତ ଗ୍ରା.ପ.ରୁ ୧, ବକଟି ଗ୍ରା.ପ.ରୁ ୧, ନୁନିଆଁପାଲି ଗ୍ରା.ପ.ରୁ ୨ ଓ ଝରନିପାଲି ଗ୍ରା.ପ.ରୁ ୨, ବଲାଙ୍ଗିର ବ୍ଳକ୍‌ ଭୁଣ୍ଡିମୁହାଲ ଗ୍ରା.ପ.ରୁ ୨ ଓ କୁଡ଼ାସିଂଗା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ କପିଲଭଟା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ଗମ୍ଭାରୀ ଗ୍ରା.ପ.ରୁ ୨ ଓ ବେଲପଡ଼ା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ମହଲେଇ ଗ୍ରା.ପ.ରୁ ୧, ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରା.ପ.ରୁ ୧, ଗମ୍ଭାରୀ ଗ୍ରା.ପ.ରୁ ୧, ଖପ୍ରାଖୋଲ ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ରତାଖଣ୍ଡି ଗ୍ରା.ପ.ରୁ ୧, ଲୋଇସିଂହା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଳକ୍‌ ବାଙ୍କେଲ ଗ୍ରା.ପ.ରୁ ୧ ଏବଂ ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ପଣ୍ଡାମୁଣ୍ଡା ଗ୍ରା.ପ.ରୁ ୧, ଯୋଗୀମୁଣ୍ଡା ଗ୍ରା.ପ.ରୁ ୧ ଓ ଦେଉଲଗାଁ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ୨, ୪ରୁ ୧, ୫ରୁ ୩, ୭ରୁ ୧, ୧୫ରୁ ୧, ପୁଇଁନ୍ତଲା ବ୍ଲକ୍‌ ଛତାପିପଲ ଗ୍ରା.ପ.ରୁ ୧ ଓ ଜାମଗାଁ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଭଦ୍ରା ଗ୍ରା.ପ.ରୁ ୧, ବିବିନା ଗ୍ରା.ପ.ରୁ ୭, ଗଣ୍ଡ୍‌ପତ୍ରାପାଲି ଗ୍ରା.ପ.ରୁ ୫ ଓ ସଇଁନ୍ତଲା ଗ୍ରା.ପ.ରୁ ୫, ତୁରେକେଲା ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ୧ ଓ କୁଇବାହାଲ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୩୧୨ ଜଣ ସଂକ୍ରମିତ ହୋଇଥିବା ବେଳେ ୪୪୪୫ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.