csstore

ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ): କୋଭିଡ-୧୯ ପାଇଁ ସମସ୍ତ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଅଭାବ ଦେଖା ଯାଉଥିବାରୁ ସଂକଳ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଚାଲିଛି । ରକ୍ତସଂଗ୍ରହ ଅଭିଯାନର ଆଜି ରବିବାର ଦିନ ପଞ୍ଚମ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବନଛୋରଡ଼ିହି ଯୁବକ ସଂଘର ନେତୃତ୍ୱରେ ବନଛୋରଡ଼ିହି, ଛଡ଼େଇଗାଁ, ଭଟଲିରେ ଆୟୋଜନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଏଡିଏମ,ବରଗଡ଼ ମିର୍ଦ୍ଧା ଟପୋ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ଅନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍, ଭଟଲି ସମ୍ବାଦ ପ୍ରତିନିଧି ନର୍ସିଙ୍ଗ ସାହୁ, ଯୋଗଗୁରୁ ଚିଣ୍ଟୁ ଗରତିଆ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ସର୍ବମୋଟ ୩୩ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା । ଶିବିରଟି ସଂକଳ୍ପ ପରିବାରର କୋଷାଧ୍ୟକ୍ଷ ଲିଙ୍ଗରାଜ ସାହୁ, ମିଥୁନ ସାହୁଙ୍କ ପ୍ରତକ୍ଷ୍ୟ ତତ୍ୱବଧାନରେ ପରିଚାଳିତ ହୋଇଥିବା ବେଳେ ରାଧାଚରଣ ପଧାନ, ରୋହିତ ସାହୁ, ଶେଷଦେଵ ପଧାନ, ନିଲେସ ପଧାନ, ବିକାଶ ଭୋଇ, ଦିବାକର ମାଝୀ ସମେତ ସଂକଳ୍ପ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତସଂଗ୍ରହରେ ସହଯୋଗ କରିଥିଲେ । ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାମାନଙ୍କୁ ସଂକଳ୍ପ ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.