csstore

କରୋନା ପାଇଁ ସଚେତନତାରେ ସୁରକ୍ଷା ଆମର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଲାଙ୍ଗିର ଜିଲ୍ଲାରେ ବଢିବାରେ ଲାଗିଛି । ସଚେତନତାରେ ସୁରକ୍ଷା ଆମର ବାର୍ତ୍ତା ନେଇ ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ଲୋଇସିଂହା ଓ ସାପ୍ତାହିକ ହାଟ ହୀରାପୁର ଠାରେ କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଲୋଇସିଂହା ଥାନାଧିକାରୀ ଲଳିତା ଲାକ୍ରା ଓ ସମ୍ମାନିତ ଅତିଥି ଭାବରେ ଏଏସ୍‌ଆଇ ନବୀନ କୁମାର ଭୋଇ ଯୋଗଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଲାକ୍ରା ପ୍ରତ୍ୟେକ ବ୍ୟକ୍ତି ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇଲେ ଯାଇ କରୋନା ହାରିବ ଓ ଆମ ଦେଶ ଜିତିବ ବୋଲି କହିବା ସହ ସରକାରଙ୍କ ନିୟମକୁ ମାନିବା ପାଇଁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକମାନଙ୍କୁ ବୁଝାଇଥିଲେ । ରେଡ୍‌କ୍ରସ ସ୍ୱେଚ୍ଛାସେବୀମାନେ ବୁଲି ବୁଲି ବାଦ୍ୟ ବଜାଇ ବାରମ୍ବାର ହାତ ଧୁଅନ୍ତୁ, ମାକ୍ସ ପରିଧାନ କରନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ, ଦଳଗତ କାର୍ଯ୍ୟରୁ ନିବୃତ୍ତ ରୁହନ୍ତି, ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ । ଏହା ପରେ ଲୋକମାନଙ୍କୁ ମାକ୍ସ ବଣ୍ଟନ କରିବା ସହ ଦୋକାନୀମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ କାର୍ଡ ପ୍ରଦାନ କରାଯାଇଥିଲା । ଜିଲ୍ଲା ଜରୁରୀକାଳିନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ସଂପାଦକ ଶଙ୍କର୍ଷଣ ପ୍ରଧାନଙ୍କର ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ରେଡକ୍ରସ ସ୍ୱେଚ୍ଛାସେବୀ ରାମନାରାୟଣ ଦାଶ, ମୀନକେତନ ଡାଙ୍ଗ, ଦେବେନ୍ଦ୍ର କୁମାର ସାହୁ, ସୁରେଶ କମ୍ପ ତଥା ସ୍ଥାନୀୟ ଥାନାର ପୋଲିସ ଶଙ୍କର ମାତୀ, ବଳରାମ ପୁଜାରୀ, ଜୟସିଂ ଭୁୟାଁ ଓ ପୂର୍ଣ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.