ବଲାଙ୍ଗିର ଜିଲ୍ଲାରେ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୨୫ ଜଣ ସାମିଲ୍‌ ଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳର ୱାର୍ଡ ନଂ.୨ରୁ ୨, ୫ରୁ ୧, ୬ରୁ ୨, ୭ରୁ ୧, ୧୦ରୁ ୨, ୧୧ରୁ ୧, ୧୨ରୁ ୧, ୧୪ରୁ ୩, ୧୫ରୁ ୫, ୧୯ରୁ ୧, ୨୦ରୁ ୩ ଏବଂ ୨୧ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ୍‌ ରୋତ୍‌ ଗ୍ରା.ପ.ରୁ ୧, ଆଗଲପୁର ଗ୍ରା.ପ.ରୁ ୧ ଓ ସାଲେଭଟା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ମନହୀରା ଗ୍ରା.ପ.ରୁ ୧, ଭୁଣ୍ଡିମୁହାଣ ଗ୍ରା.ପ.ରୁ ୧ ଏବଂ ଶିକାଛିଡ଼ା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୪, ତୁକଲାଭଟା ଗ୍ରା.ପ.ରୁ ୨ ଓ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨ ଜଣ, ବେଲପଡ଼ା ବ୍ଲକ୍‌ ସିହିନୀ ଗ୍ରା.ପ.ରୁ ୪ ଏବଂ ନୁନ୍‌ହାଡ଼ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଥିବା ବେଳେ ଦେଓଗାଁ ବ୍ଲକ୍‌ ବଡ଼ବାହାଲ ଗ୍ରା.ପ.ରୁ ୫, ରାମଚନ୍ଦ୍ରପୁର ଗ୍ରା.ପ.ରୁ ୧ ଏବଂ ବନ୍ଧପଡ଼ା ଗ୍ରା.ପ.ରୁ ୧ ଜଣ, ଗୁଡ଼ଭେଲା ବ୍ଳକ୍‌ ଘୁନା ଗ୍ରା.ପ.ରୁ ୨, ତୁଷୁରା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୩, ଖପ୍ରାଖୋଲ ବ୍ଲକ୍‌ ଧଣ୍ଡାମୁଣ୍ଡା ଗ୍ରା.ପ.ରୁ ୪, ଦମେଇପାଲି ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ ହୀରାପୁର ଗ୍ରା.ପ.ରୁ ୧, ଉପରବାହାଲ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ସେହି କ୍ରମରେ ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରା.ପ.ରୁ ୧, ଘଁସିଏନ୍‌ ଗ୍ରା.ପ.ରୁ ୧, ବାଲିପଟା ଗ୍ରା.ପ.ରୁ ୧ ଏବଂ ବଥର୍ଲା ଗ୍ରା.ପ.ରୁ ୧, ପୁଇଁନ୍ତଲା ବ୍ଲକ ଆଠଗାଁ ଗ୍ରା.ପ.ରୁ ୧, ଜାମ୍‌ଗାଁ ଗ୍ରା.ପ.ରୁ ୧, ଦଶପୁର ଗ୍ରା.ପ.ରୁ ୧, ମଳମୁଣ୍ଡା ଗ୍ରା.ପ.ରୁ ୧ ଏବଂ ବହଲପଦର ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୩, ଡେଙ୍ଗ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଜଗୁଆ ଗ୍ରା.ପ.ରୁ ୨, ତୁରେକେଲା ବ୍ଲକ୍‌ ଝରନୀ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି. ୱାର୍ଡ ନଂ.୫ରୁ ୩, ୯ରୁ ୧, ୧୨ରୁ ୧, ୧୪ରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୩ରୁ ୧, ୫ରୁ ୨, ୯ରୁ ୧, ୧୫ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୨, ୩ରୁ ୧, ୫ରୁ ୧, ୬ରୁ ୩, ୯ରୁ ୧ ଏବଂ ୧୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ୮୪୬ ଜଣ ବର୍ତ୍ତମାନ ଏକ୍‌ଟିଭ୍‌ ଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୬୮୬ ଏବଂ ସେମାନଙ୍କ ମଧ୍ୟରୁ ୩୮୧୬ ଜଣ ସୁସ୍ଥ ହୋଇଛନ୍ତି । ୨୪ ଜଣଙ୍କ କରୋନାରେ ଜୀବନ ହାନୀ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.