oom

ଆଜି ବଲାଙ୍ଗିର ଜିଲ୍ଲାରେ ୬୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୨

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୨ ଜଣ ସାମିଲ୍‌ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର କଳାମଣ୍ଡଳପଡ଼ାରୁ ୧, ଟିକ୍ରାପଡ଼ାରୁ ୧, ବେହେରାପାଲିରୁ ୧, ରାମେଶ୍ୱରନଗରରୁ ୧, କଲେଜଛକରୁ ୨, ରିଜର୍ଭପୋଲିସ ମନୋହରପୁରରୁ ୧, ତାଲପାଲିପଡ଼ାରୁ ୧, ପେଲେସଲାଇନରୁ ୧, ଆନନ୍ଦନଗରରୁ ୩, ସିଭିଲକୋର୍ଟ ପଛପାଖରୁ ୩, ରୁଗୁଡ଼ିପଡ଼ାରୁ ୨ ଓ ରାଧାରାଣୀପଡ଼ାରୁ ୫ ଜଣ ପଜିଟିଭ୍‌ ବାହାରିଛନ୍ତି । ସେହିପରି ଗ୍ରାମାଂଚଳରୁ ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୨, ଲୋଇସିଂହା ବ୍ଲକ୍‌ ତଲିଉଡ଼ାରରୁ ୧, ଲୋଇସିଂହା ବ୍ଲକ୍‌ ତାଲଜୁରୀରୁ ୧ ଓ ଲୋଇସିଂହାରୁ ୧, ଲୋଇସିଂହା ବ୍ଲକ୍‌ ମାହାରପାଲିରୁ ୩, ପୁଇଁନ୍ତଲାରୁ ୧, ଦେଓଗାଁ ବ୍ଲକ୍‌ ପାଁଢେ଼ଲରୁ ୪, ଦେଓଗାଁରୁ ୧, କଣ୍ଟାବାଂଜିରୁ ୬, ଦେଓଗାଁ ବ୍ଲକ୍‌ର ଫଟାମୁଣ୍ଡାରୁ ୨, ଟିଟିଲାଗଡ଼ ବ୍ଲକ୍‌ ଖୋଲାନରୁ ୧, ଆଗଲପୁର ବ୍ଲକ୍‌ର ଭରସୁଜାର ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲାରୁ ୬, ଲୋଇସିଂହା ବ୍ଲକ୍‌ ବୁଡର଼୍ାରୁ ୧, ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟିରୁ ୧, ସଇଁନ୍ତଲା ବ୍ଲକ୍‌ର ବେଲଗାଁରୁ ୧, ଲୋଇସିଂହା ବ୍ଲକ୍‌ ଯୋଗୀସଡର଼୍ାରୁ ୧, ଟିଟିଲାଗଡ଼ ବ୍ଲକ୍‌ ବାଗଡେ଼ରରୁ ୧ ଚିହ୍ନଟ ହୋଇଛନ୍ତି । ଆଜି ୪ ଜଣ ପୁରୁଷ ଏବଂ ଜଣେ ମହିଳା କୋଭିଡ଼ ଯୋଦ୍ଧା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସୋନପୁର ଜିଲ୍ଲା ସିଆଲଜୁରୀର ଜଣେ ମଧ୍ୟ ଆଜିର ତାଲିକାରେ ଅନ୍ତର୍ଭୁକ୍ତ ରହିଛନ୍ତି ।

jittmm
Leave A Reply

Your email address will not be published.