ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଇଶକନ୍ଦାରେ ଆବର୍ଜନାର ସୁପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚୁମକୀ ବିଶି ଶିଶୁମାନଙ୍କୁ ଜୀବଜଗତ ବଂଚିବା ପାଇଁ ମୌଳିକ ଉପାଦାନ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଯୋଗୁଁ ମୌଳିକ ଉପାଦାନ ଯଥା ମାଟି, ବାୟୁ ଓ ଜଳ ପ୍ରଦୂଷିତ ହୋଇଛି । ବ୍ୟବହୃତ ବସ୍ତୁକୁ ଫିଙ୍ଗି ଦେଲେ ତାହା ଆବର୍ଜନା ହୋଇଯାଏ । ଏହି ଆବର୍ଜନା ମାଟିରେ ମିଶି ନପାରି ମୌଳିକ ଉପାଦାନକୁ ପ୍ରଦୂଷିତ କରିଥାଏ । ଏହି ଆବର୍ଜନାକୁ ପୁନଃଚକ୍ରଣ ପ୍ରକ୍ରିୟାରେ ବ୍ୟବହାର କରି ଗୃହ ଉପକରଣ ସାମଗ୍ରୀ ପ୍ରସ୍ତୁତ କରାଯାଇ ପାରିବ । ଶିଶୁମାନେ ଆବର୍ଜନାରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post