ରୋଲର୍‌ ମେସିନ ଚୋରି କରି ସଦର ପୁଲିସ ହାତରେ ଧରାପଡିଲେ ଦୁଇ ଚୋର

ବଲାଙ୍ଗିର, (କେପିନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଫଟାବାହାଲ ଠାରୁ ଏକ ରୋଲର୍‌ ମେସିନ ଚୋରି ହୋଇଥିବା ବେଳେ ଏହାକୁ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସଦର ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଆଜି ଗିରଫ କରିଛି । ଗିରଫ ଦୁଇ ଜଣ ଅଭିଯୁକ୍ତମାନେ ହେଲେ ୟୁପିର ହାମିର୍‌ପୁର ଜିଲ୍ଲାର ଗୁସିୟାରୀ ଗ୍ରାମର ମୂଳ ନିବାସୀ ତଥା ବର୍ତ୍ତମାନ ବରଗଡ ଜିଲ୍ଲା ବରପାଲିର କଦଳୀପାଲି ଗ୍ରାମର ବାବ୍ଲୁ ଖାନ୍‌(୪୩) ଓ ୟୁପିର ହାମିର୍‌ପୁର ଜିଲ୍ଲାର କେଶୁ ଗ୍ରାମର ମୂଳ ନିବାସୀ ତଥା ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ଗମ୍ଭେରପାଲି ଗ୍ରାମର ସାମ୍ମି ଓରଫ ସମୀର ଉଦ୍ଦିନ(୩୫) । ତେବେ ଗିରଫ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଶ୍ରୀକାନ୍ତ ସାହୁ କହିଛନ୍ତି ।

Leave A Reply

Your email address will not be published.