pr

ଚିତାବାଘ ଛାଲ ଜବତ୍‌ : ଅଭିଯୁକ୍ତ ଗିରଫ୍‌

dr. purohit

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସ୍ପେସାଲ୍‌ ଟାକ୍ସ ଫୋର୍ସ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତ ସହ ଚିତାବାଘ ଛାଲ ଜବତ୍‌ ହୋଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ମହୁଲପାଲି ଥାନା ଅଧୀନର ଏକ ଗାଁରୁ ଅଭିଯୁକ୍ତ ଅଶୋକ ଛତ୍ରିଆର ଘରୁ ଏହା ଉଦ୍ଧାର ହୋଇଥିବା ବେଳେ ଚିତାବାଘର ଛାଲ ପାଖରେ ରଖିବା ସଂପର୍କୀୟ କୌଣସି ଉପଯୁକ୍ତ ପ୍ରମାଣ ପ୍ରଦାନ କରି ନପାରି ଅଭିଯୁକ୍ତ ସ୍ପେସାଲ୍‌ ଟାକ୍ସ ଫୋର୍ସ ଦ୍ୱାରା ଗିରଫ୍‌ ହୋଇଥିଲା । ତେବେ ଆଜି ଅଭିଯକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତର ବେଲ୍‌ ରିଜେକ୍ଟ କରିଛନ୍ତି ଏସ୍‌ଡିଜେମ୍‌, ସୁବର୍ଣ୍ଣପୁର । ସ୍ପେସାଲ୍‌ ଟାକ୍ସ ଫୋସ୍‌ ପିଏସ୍‌ କେସ୍‌ ନଂ.୨୪/୧୨.୧୦.୨୦୨୦ ଦଫା ୩୭୯/୪୧୧ ଆଇପିସି ଆର୍‌/ଡବ୍ଲ୍ୟୁ.୫୧ (ବଣ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨) ଆଧାରରେ ଅଭିଯୁକ୍ତ ନାମରେ କେସ୍‌ ପଞ୍ଜିକୃତ ହୋଇଛି । ଜବତ୍‌ ହୋଇଥିବା ଚିତାବାଘର ଛାଲକୁ ‘ୱାଇଡ଼୍‌ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଡେରାଡୁନ୍‌’କୁ କେମିକାଲ ପରୀକ୍ଷଣ ପାଇଁ ପଠାଯିବ । ଆହୁରି ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି ।

nrusinghnath
Leave A Reply

Your email address will not be published.