oum

ବଲାଙ୍ଗିର ଜିଲ୍ଲାରେ ଆଜି ୬ ଜଣ ଆକ୍ରାନ୍ତ ଚିହ୍ନଟ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ ସୂଚନା ଦିଆଯାଇଛି । ତୁରେକେଲା ବ୍ଲକ ସରଗୁଡ଼ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ସରଗାଡ଼ ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଳକ ବିବିନା ଗ୍ରା.ପ.ରୁ ଜଣେ ଓ ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ଜଣେ ସଂକ୍ରମିତ ହୋଇଥିବା କୁହାଯାଇଛି । ଏବେ ଜିଲ୍ଲାରେ ୧୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.