
ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ୧୧ ତାରିଖ ରୁ ରାଜବୋଡାସମ୍ବର କୃଷକ ସଙ୍ଗଠନ ଅଧ୍ୟକ୍ଷତାରେ ଅଞ୍ଚଳର ବହୁ ଚାଷୀ ଟ୍ରାକ୍ଟରରେ ଧାନ ଆଣି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବସି ଲେପ୍ସ ହୋଇଥିବା ପ୍ରାୟ ୪୫୦୦ ଚାଷୀଙ୍କ ଟୋକନ ରିଜେନେରେଟ ଓ ୭୦ ଟି ମଣ୍ଡିରେ ପଡି ରହିଥିବା ପ୍ରାୟ ୭ଲକ୍ଷରୁ ଅଧିକ ଧାନ ପ୍ୟାକେଟ ଉଠାଇବା ପାଇଁ ଧାରଣାରେ ବସିଥିବା ବେଳେ ପ୍ରଶାସନ ତଥା ସରକାରଙ୍କ ତରଫରୁ କୌଣସି ଜବାବ ଆସି ନଥିଲା ଦୀର୍ଘ ୭ଦିନ ପରେ ବି ଅପେକ୍ଷା ରତ ଚାଷୀ ଧର୍ୟ୍ୟ ହରା ହୋଇ ପଦ୍ମପୁର ତହସିଲ ଅଫିସ ଏବଂ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ଗଦା କରି ଗେଟ ବନ୍ଦ କରିଛନ୍ତି ।
