ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ଧର୍ମଗଡ଼, (ଭରତ ବିଶି) : ପଣ୍ଡି ଗାଁର ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ଟ୍ରାକ୍ଟର ବୋଝେଇ ଧାନ ରଖି କଳାହାଣ୍ଡି ଜିଲ୍ଲା କଲମପୁର-ମୁଖିଗୁଡ଼ାରେ ରାସ୍ତା ଅବରୋଧ କରିଛନ୍ତି ବହୁ ଚାଷୀ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ଯାତାୟତ । ଅଭିଯୋଗ ହୋଇଛି, କଳାହାଣ୍ଡି ଜିଲ୍ଲା ପଣ୍ଡି ଗାଁ ମଣ୍ଡିରେ ୨୨ହଜାର କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି ପାଇଁ ପଡିରହିଛି । କ୍ରୟ ଟାର୍ଗେଟ ଶେଷ ହୋଇଯାଇଥିବା କହି ଆଉ ଧାନ ନେଉ ନଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ପଣ୍ଡି ଗାଁ ମଣ୍ଡିରେ ୪୪ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ସୁଦ୍ଧା ୨୨ ହଜାର କ୍ୱିଣ୍ଟାଲ ଧାନ ଉଠାଣ ହୋଇଥିବା ବେଳେ ଗତ ୧ ତାରିଖଠାରୁ ମିଲର ଧାନ ଉଠାଣ ବନ୍ଦ ରଖିଥିବା ଅଭିଯୋଗ ହୋଇଛି । ଏନେଇ ବିଡ଼ିଓଙ୍କୁ ଚାଷୀ ଲିଖିତ ଅଭିଯୋଗ କରିଥିଲେ । କୌଣସି ସୁଫଳ ନମିଳିବାରୁ କଲମପୁର-ମୁଖିଗୁଡା ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

Leave A Reply

Your email address will not be published.