କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୦ ପାଇବେ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଆକାଦେମୀ ଯୁବ ପୁରସ୍କାର-୨୦୨୦ ପାଇବେ । ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର ସାହିତ୍ୟ ଆକାଦେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ ଏହା ଘୋଷଣା ହୋଇଛି । ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ୱେଷଣ’ ପାଇଁ ଚନ୍ଦ୍ରଶେଖରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏବେ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ନବରଙ୍ଗପୁର ଡିଏସ୍‌ପି ଭାବରେ କାର୍ଯ୍ୟରତ ଅଛନ୍ତି । ୧୯୮୫ ମସିହାରେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ୍‌ ଅଧୀନସ୍ଥ ଗୁର୍ଜିଭଟା ଠାରେ ଜନ୍ମଗ୍ରହଣ କରିଥିଲେ ଚନ୍ଦ୍ରଶେଖର । ପୂର୍ବରୁ ଅନେକ ପ୍ରବନ୍ଧ ଲେଖି ପାଠକୀୟ ଆଦୃତି ଅର୍ଜନ କରିଛନ୍ତି ସେ । ଏହି ପୁରସ୍କାର ଘୋଷଣା ପରେ ତାଙ୍କ ଶୁଭେଚ୍ଛୁ ମହଲରେ ଖୁସିର ଲହରି ଖେଳି ଯାଇଛି । ସାହିତ୍ୟ ଜଗତ ତାଙ୍କ ଠାରୁ ଆହୁରି ଅନେକ ଉଚ୍ଚାଙ୍ଗ ପ୍ରବନ୍ଧ ଆଶା ରଖିଛି । ତାଙ୍କ ସାରସ୍ୱତ ଯାତ୍ରା ଆହୁରି ଉଜ୍ୱଳ ହେଉ, ଏହା ହିଁ କାମନା ।

Leave A Reply

Your email address will not be published.