ନିଶା ବଟିକା ଓ କଫ ସିରଫ ବିକ୍ରି ଅଭିଯୋଗରେ ଔଷଧ ଦୋକାନ ମାଲିକ ଗିରଫ : କୋର୍ଟ ଚାଲାଣ

  • ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍‌ଡ଼ିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୋମବାର ସନ୍ଧ୍ୟାରେ ସର୍ଗିଗୁଡ଼ା ନିକଟସ୍ଥ ବଜାଜ ସୋ’ରୁମ୍‌ ପାଖରେ ଥିବା ଆଇସା ଔଷଧ ଦୋକାନରେ ଏଗ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ଚଢ଼ାଉ କରାଯାଇଥିଲା । ବିଭିନ୍ନ ପ୍ରକାର ନିଶା ବଟିକା, କଫ ସିରଫ ସହ ନଗଦ ୨୭ ଶହ ଟଙ୍କା ଜବତ କରିଥିଲେ । ମଙ୍ଗଳବାର ଅପରାହ୍ନରେ ଟିଟିଲାଗଡ଼ ଥାନାରେ ଏନେଇ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏବଂ ଥାନାଧିକାରୀ ବିଶ୍ୱଜିତ ମନବୋଧ ଏକ ସାମ୍ୱାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏଭଳି ନିଶା ଔଷଧ ସହର, ଆଖପାଖ ଅଞ୍ଚଳ ଏବଂ ପାଖ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଉଥିବା କହିଛନ୍ତି । ଏହି ଚଢାଉରେ ଥାନାଧିକାରୀ ବିଶ୍ୱଜିତ ମନବୋଧ, ଏସ୍‌ଆଇ ପି. କେ. ଦୁରିଆ, ଏସ୍‌ଆଇ ଦେବାଶିଷ ଶତପଥୀ, ଏଏସ୍‌ଆଇ ଏମ୍‌. କେ. ବିଶି, ଏସ୍‌. କେ. ପାଣିଗ୍ରାହୀ, ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ ସାମିଲ ହୋଇଥିଲେ । ଦୋକାନ ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.