oum

ପୂର୍ବ ସମିତି ସଭ୍ୟ ଛବି ଚରଣ କମ୍ପଙ୍କ ଦେହା‌ନ୍ତ ପରେ ଚକ୍ଷୁଦାନ

jsm

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ବୁଢୀସିଣ୍ଡୋଲ ଗାଁର ପୂର୍ବ ସମିତି ସଭ୍ୟ ତଥା ସମାଜସେବୀ ଛବି ଚରଣ କମ୍ପଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁଦାନ କରାଯାଇଛି । ପରିବାର ସୂତ୍ରରୁ ପ୍ରକାଶ ଯେ, ଗତ ୩ ତାରିଖ ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଛକଠାରେ ଏକ ଅଜଣା ଗାଡି ଧ‌କ୍କାରେ ତାଙ୍କ ପରଲୋକ ହୋିଥିଲା । ତାଙ୍କ ପତ୍ନୀ ସୁବିଧା କମ୍ପ, ବଡ ପୁଅ ରାମ ପ୍ରସାଦ କମ୍ପ, ପୁତୁରା ରାଧାକାନ୍ତ କମ୍ପ, ସୁରେଶ କମ୍ପଙ୍କ ଉପସ୍ଥିତିରେ ମେଡିକାଲ କଲେଜ ଡ଼ା‌କ୍ତରଖାନାରେ ତାଙ୍କ ଚକ୍ଷୁଦାନ କରାଯାଇଥିଲା । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.