pr

ବନ ବିଭାଗ ପକ୍ଷରୁ ବିଭିନ୍ନ ଫର୍ଣ୍ଣିଚର ଦୋକାନରେ ଚଢାଉ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୋବାଇଲ ଟିମ ଓ ଦେଓଗାଁ ବନବିଭାଗ ମିଳିତ ଭାବେ ତୁଷୁରା ଓ ଚାଣ୍ଟିପଦର ଗ୍ରାମର ଗୋଟିଏ ଲେଖାଏଁ ଦୋକାନ ଉପରେ ଚଢାଉ କରିଥିବା ସୂଚନା ମିଳିଛି । ଏହି ଚଢାଉ ଦେଖି ତୁଷୁରା ସହରର ବିଭିନ୍ନ ଫର୍ଣ୍ଣିଚର ଦୋକାନଗୁଡିକ ଭୟରେ ବନ୍ଦ ରହିଥିବା ସାଧାରଣରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ବନ ବିଭାଗର ଚଢାଉକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାଇ ତୁଷୁରା ସହର ସ୍ଥିତ ନରେନ୍ଦ୍ର ସେଲସ ଓ ଚାଣ୍ଟିପଦର ଗ୍ରାମର ଭବ ସାଗର ଷ୍ଟିଲ ଦୋକାନ ଉପରେ ଚଢାଉ କରି ଦୋକାନରେ ଥିବା କାଟ ସାମଗ୍ରୀଗୁଡିକ ଯାଞ୍ଚ କରିବା ସହ କାଗଜ ପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ଚାଲିଥିବାରୁ କିଛି କହି ହେବ ନାହିଁ ବୋଳି ବନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ମୋବାଇଳ ଟିମର ଫରେଷ୍ଟର ସୁନିଳ ମିଶ୍ର, ଦେଓଗାଁ ଫରେଷ୍ଟର ଅଶ୍ୱନୀ କୁମାର ଥନାପତି, ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତି ଖମାରୀ, ମଧୂସ୍ମିତା ବେହେରା, ତୁଳସୀ ସ୍ୱାଇଁ, ପ୍ରିୟଦର୍ଶନୀ ମହାରଣା, ପ୍ରୋମୋଦ ଭୋଇ, ବୁଲୁ ବେହେରା ଆଦି ବନ ବିଭାଗର କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.