ପେକ୍ସରେ ମିଳୁନି ୟୁରିଆ ସାର : ବାଧ୍ୟ ହୋଇ କଳାବଜାରୀମୁହାଁ ହେଲେଣି ଚାଷୀ : ଚଢା ଦରରେ ବିକୁଛି ଡିଲର୍

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପେକ୍ସରେ ୟୁରିଆ ସାରର ଘୋର ଅଭାବ ଦେଖାଯାଉଛି । ଯାହାଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଛି ଦିନ ତଳେ ୨ଶହ ପ୍ୟାକେଟ ବଦଳରେ ୧୮୦ ପ୍ୟାକେଟ ସାର୍ ବଣ୍ଟନ କରାଯାଇଥିଲା । ବହୁ ଚାଷୀ ସାର ନ ପାଇ ନିରାଶାରେ ଫେରି ଆସିଥିଲେ । ଆଉ ଅଧିକ ୩ଶହ ପ୍ୟାକେଟ ସାର ଆସିବା ପାଇଁ କୃଷି ଅଧିକାରୀ କହୁଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ଆସି ନାହିଁ । ଫଳରେ ଚାଷୀଙ୍କ ଆଶା ଆଶାରେ ରହିଯାଇଛି । ଯାହାଫଳରେ ମଉକା ଦେଖି ଚଉକା ମାରିବା ଲକ୍ଷ୍ୟରେ ରହିଛନ୍ତି ଅଞ୍ଚଳର ସାର ଡିଲର। । ଗୌଡଗୋଠ ଅଞ୍ଚଳର ଜଣେ ଡିଲର ସାର୍ ପ୍ୟାକେଟ ପ୍ରତି ୩୮୦ ଟଙ୍କାରେ ବିକ୍ରି କରୁଛନ୍ତି ଆଲୋଚନା ହେଉଛି । ଏହା ସହ ସଲଫର୍ ୫କେଜିକୁ ୩୫୦ ଟଙ୍କା ମୋଟ୍ ଭାବେ ୭୩୦ଟଙ୍କା ଦେଲେ ସାର୍ ଦିଆଯାଉଛି ବି ଚର୍ଚ୍ଚା ହେଉଛି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେବା ସହ ଚାଷୀଙ୍କୁ କିପରି ଭାବେ ଉଚିତ୍ ମୂଲ୍ୟରେ ସାର ମିଳିପାରିବ, ଏଥି ପ୍ରତି ଧ୍ୟାନ ଦେବାକୁ ଦାବୀ ହେଉଛି।

Leave A Reply

Your email address will not be published.