ଭାରତ ମାତାର ସେବା କରିବେ ବିଏସଏଫ ଯବାନ ସୁବାଚନ ସରମଡିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଚେରଙ୍ଗାଝାଞ୍ଜ ଗାଁର ସାଧୁ ସରମଡିଆଙ୍କ ସାନପୁଅ ସୁବାଚନ ସରମଡିଆ ଏବର୍ଷ ବିଏସଏଫରେ ପାଇଛନ୍ତି । ସେ ୨୦୧୮ରେ ଏସସିସିରେ ଆବେଦନ କରି ନିଜକୁ ପ୍ରସ୍ତୁତ ହେଉଥିଲେ । ନିଜ ଗାଁରେ ପାଠ ପଢି ମାଣ୍ଡୋସିଲ ଯୁକ୍ତଦୁଇ ବେଳୁ ନିଜକୁ ପ୍ରସ୍ତୁତ କରିଆସୁଥିଲେ । ପ୍ରତ୍ୟେକ ବର୍ଷ ଗାଁରେ ଗୋଟିଏ ଗୋଟିଏ ଚାକିରି ପାଉଥିବାରୁ ଆଗାମୀ ପିଢ଼ି ପାଇଁ ପ୍ରେରଣା ସାଜିଛି ଗାଁ । ତାଙ୍କ ସଫଳତାରେ ସେ ଖୁସି ଅଛନ୍ତି ମୁଁ ଭାରତ ମାତାର ସେବା କରିବି ବୋଲି କହିଛନ୍ତି । ତାଙ୍କ ସଫଳତାରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.