ବୃକ୍ଷ ଆମର ଜୀବନ୍ତ ଦେବତା : ବନ ମହୋତ୍ସବ

ସୋନପୁର, (ପ୍ରଭୁଦତ୍ତ ରଥ) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ମାୟବର୍ହାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତା ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜାରୀ ପରିଚାଳନା କରିଥିଲେ । ବିଦ୍ୟାଳୟର ପରାମର୍ଶଦାତା ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଡେଙ୍ଗ ବିଦ୍ୟାଳୟର ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ଯୋଗଦାନ କରିଥିଲେ । ବୃକ୍ଷ ଆମ ଠାରୁ କିଛି ଅପେକ୍ଷା ଏବଂ ଆଶା ନକରି ଆମର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ଯୋଗଇଥାଏ । ତେଣୁ ବୃକ୍ଷ ଆମର ଜୀବନ୍ତ ଦେବତା ବୋଲି ଉପସ୍ଥିତ ଥିବା ପରିବେଶ ପ୍ରେମୀମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ନିମ୍ବ, ଶାଗୁଆନ, କଦମ୍ବ, ଆମ୍ବ ପ୍ରଭୃତ ଗଛ ରୋପଣ କରାଯାଇଥିଲା । ତନ୍ମଧ୍ୟରୁ ନିମ୍ବ ଗଛଟିଏର ନାମ ‘ବୋଧିଦ୍ରୁମ’ରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ନାମିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ଘରେ ସୁରକ୍ଷିତ ରହି ବନମହୋତ୍ସବ ସପ୍ତାହ ମଧ୍ୟରେ ନିଜ ପାଖ ପଡିଶାରେ ବୃକ୍ଷ ରୋପଣ କରିବା ସହ ଆଗାମୀ ଦିନରେ ତାର ସୁରକ୍ଷା କରିବା ପାଇଁ ଆହ୍ୱାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟଳୟରେ ଶିକ୍ଷକ ଦୀନବନ୍ଧୁ ପଧାନ, ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ସଂଜିବ କୁମାର ପୂଜାରୀ, ମୀନକେତନ ଦାଶ, ବିଭୀଷଣ ଖମାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.