jayashree

ଡଙ୍ଗରପଡାରେ ବ୍ଲକସ୍ତରୀୟ ଯାଦବ ମହାସଭା ସମାବେଶ : ଯାଦବମାନଙ୍କୁ ସରକାର ଅଣଦେଖା କଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଂଚାୟତର କୋକଡୁଙ୍ଗରୀ ଠାରେ ଆଜି ମୁରିବାହାଲ ବ୍ଲକସ୍ତରୀୟ ଯାଦବ ମହାସଭାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲାଇ ଏବଂ ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁରିବାହାଲ ବ୍ଲକ ଯାଦବ ମହାସଭାର ସଭାପତି ତୀର୍ଥ ହାତୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭାର ସଭାପତି ପରମାନନ୍ଦ ହାତୀ, ସମ୍ମାନୀୟ ଅତିଥି ଭାବେ ମୁରିବାହାଲ ବ୍ଲକ ଯୁବ ଯାଦବ ସଭାପତି ଗଙ୍ଗାଧର ହେର୍ଣ୍ଣା, ବ୍ଲକ ଯାଦବ ମହାସଭା ସମ୍ପାଦକ ତରୁଣ ପୋଢ, ଉପଦେଷ୍ଟା ଶ୍ରୀପତି ଷାଣ୍ଢ, ଡଙ୍ଗରପଡା ପଂଚାୟତ ସଭାପତି ଭୂବନ ବାଗ, ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭାର ସଭାପତି ଘନଶ୍ୟାମ ମନହୀରା, ପତ୍ରାପାଲି(କ)ପଂଚାୟତର ସରପଂଚଙ୍କ ପ୍ରତିନିଧି ଯୁଧିଷ୍ଠିର ଭରାସଗ୍ରିଆ, ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମାଜର ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ, ସମାଜର କୁସଂସ୍କାର, ସମାଜର ସଂଗଠନ ପାଇଁ ଯୁବକମାନଙ୍କୁ ଆହ୍ୱାନ କରିଥିଲେ । ଯାଦବମାନଙ୍କୁ ସରକାର ଅଣଦେଖା କରୁଥିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ପରିଚୟ ଦେବା ପାଇଁ ଆଲୋଚନା ହୋଇଥିଲା । ଯାଦବମାନଙ୍କୁ ରାଜନୀତି, ଶିକ୍ଷା, ଚାକିରୀ କ୍ଷେତ୍ରରେ ଆଗ୍ରାଧିକାର ଦେବା ପାଇଁ ଜୋରଦାର ଦାବୀ ଉପସ୍ଥାପନ କରାଯାଇଥିଲା । ଯାଦବ ସମାଜର ଜନଗଣନା, ଜାତ୍ତିଭିତ୍ତିକ ଜନଗଣନା ପାଇଁ ବିଚାର ବିମର୍ଶ କରାଯାଇଥିଲା । ଏବଂ ଆଗାମୀ ଦିନରେ ସରକାର ଯାଦବମାନଙ୍କୁ ଅଣଦେଖା କରେ ତେବେ ରାଜରାସ୍ତାରେ ଜୋରଦାର ଆନ୍ଦୋଲନ କରାଯିବ ବୋଲି ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା । ପରେ ଡଙ୍ଗରପଡା, େ ଗାଇମୁଣ୍ଡ ଓ ପତ୍ରାପାଲି ପଂଚାୟତର ପଂଚାୟତ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଡଙ୍ଗରପଡା ପଂଚାୟତର ସଭାପତି ଭାବେ ତେଜୁରାମ ବାଗ, ସମ୍ପାଦକ ରାୟଧର ମହାକୁର, ସହ ସମ୍ପାଦକ ଶିବୁରାମ ନାଗ, ଉପସଭାପତି ପରିକ୍ଷିତ ବନଛୋର ଓ ଯୁବ ଯାଦବର ସଭାପତି ଭାବେ ମହାଦେବ ଟାହାଣୀ, ଉପସଭାପତି ସୁଧାମୟ ଟାହାଣୀ, କୋଷାଧ୍ୟକ୍ଷ ତ୍ରିନାଥ ଠେଲା, ସମ୍ପାଦକ ତୁଲେଶ୍ୱର ଗହିର, ସହ ସମ୍ପାଦକ ଜଗନ୍ନାଥ ଠେଲା, ସହ କୋଷାଧ୍ୟକ୍ଷ ପୂର୍ଣ୍ଣ ଟାହାଣୀକୁ ମନୋନୀତ କରାଯାଇଥିଲା । ସେହିପରି ପତ୍ରାପାଲି(କ) ଓ ଗୋଇମୁଣ୍ଡ ପଂଚାୟତର କର୍ମକର୍ତ୍ତା ଚୟନ କରାଯାଇଥିଲା । ତେଜୁରାମ ବାଗ ସଭା ସଂଯୋଜନା କରିଥିବା ବେଳେ ଯୁଧିଷ୍ଠିର ଭରାସଗ୍ରିଆ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏଥିରେ ମଦନ ବାଗ, ପୁରୁଷୋତ୍ତମ ଟାହାଣୀ, ଘନଶ୍ୟାମ ବାଗ, ଅରକ୍ଷିତ ଠେଲା, ବିଜୟ ଟାହାଣୀ, ସାଧୁ ବନଛୋର, ସହଦେବ ଟାହାଣୀ, ଧରଣୀଧର ବାଗ, ଦେବାର ବାଗ, ରୁପା ବନଛୋର, ହରି ଟାହାଣୀ, ଜଗନ୍ନାଥ ବନଛୋର,ମାୟାଧର ଟାହାଣୀ, ଅର୍ଜୁନ ଟାହାଣୀ, ସଞ୍ଜିବ ବାଗ, ଚମ୍ପେଶ୍ୱର ନାଗ, ନାଭିକ ନାଗ, ମାଦୁ ବନଛୋର, ସୁଦର୍ଶନ ବନଛୋର, ତପି ଟାହାଣୀ, ଆନନ୍ଦ ଟାହାଣୀ ପ୍ରମୁଖଙ୍କ ସହ ଶତାଧିକ ଯାଦବ ଭାଇମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.