ବୀଣାପାଣି ଶିକ୍ଷାସୌଧରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଳା ବ୍ଲକ ଅନ୍ତର୍ଗତ ଗଇଁତଳା ସ୍ଥିତ ବୀଣାପାଣି ଶିକ୍ଷାସୌଧଠାରେ ଫକୀର ମୋହନ ସେନାପତିଙ୍କ ୧୭୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ “ଭାଷା ଆନ୍ଦୋଳନର ବିନ୍ଧାଣୀ ଫକୀର ମୋହନ ସେନାପତି” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ଅଶୋକ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବକ୍ତା ଭାବେ ଜାମଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ରାଜକିଶୋର ପଣ୍ଡା, ବହଲପଦର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର ଓ ସୁବକ୍ତା ସ୍ପର୍ଶା ମିଶ୍ର ଯୋଗଦେଇ ମଧ୍ୟବିତ୍ତ ସମାଜର ଜୀବନ ଆଲେଖ୍ୟ ବହନ କରି ଅଭିନବ ଚରିତ୍ର ଚିତ୍ରଣ କୌଶଳରେ ଫକୀର ମୋହନ ସେନାପତିଙ୍କ କଥା ସାହିତ୍ୟ ପ୍ରାଣସ୍ପର୍ଶୀ ହୋଇଛି ବୋଲି କହିବା ସହ ସମଗ୍ର ଓଡିଆ ଜାତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଛତାମଖନା ହାଇସ୍କୁଲର ଶିକ୍ଷୟତ୍ରୀ ଶକ୍ତିବାଇ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ କୁଇଜ କାର୍ଯ୍ୟକ୍ରମରେ ଅନୁସୂୟା ସାହୁ, ଅଂଶ ବେହେରା, ଟ୍ୱିଂକଲ କର୍ମୀ, ଆଶୁତୋଷ ସାହୁ, ସ୍ମୃତିରାଣୀ ମିଶ୍ର, ଡ଼ୋଲାମଣୀ କାଲସାଏ, ଜେ.ଏସ୍.ପୁନମ ମହଲା, ଚିରାଗ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ଶିକ୍ଷକ ରଞ୍ଜିତ ମିଶ୍ର କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସୌମ୍ୟରଞ୍ଜନ ଦ୍ୱାରୀ । ଶିକ୍ଷୟତ୍ରୀ ନିକିତା କିଶୋର, ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ତଥା ବିଦ୍ୟାଳୟରର ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.