lika

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଆବେଗିକ ଶିକ୍ଷଣ ଓ ବିକଶିତ ଭାରତ @୨୦୪୭ ଉପରେ ଜାତୀୟ ସଂପାନର ଉଦ୍‌ଘାଟନୀ ଉତ୍ସବ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଆଇସିଏସ୍‌ଏସ୍‌ଆର୍‌, ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ଵାଗତ ଜଣାଇ ବିକଶିତ ଭାରତ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ସ୍ଵାଗତ ଜଣାଇ ବିକଶିତ ଭାରତ ପାଇଁ ଶିକ୍ଷାର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ଶିକ୍ଷା ବିଭାଗୀୟ ମୁଖ୍ୟ ତଥା ସଂପାନର ସଂଯୋଜକ ଡଃ ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରି ସମସ୍ତଙ୍କୁ ସ୍ଵାଗତ କରିଥିଲେ । ସଂପାନର ଆବାହକ ଡଃ ଭେଙ୍କଟେଶ୍ୱର ମେହେର ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ସମ୍ପାନ ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ପ୍ରଫେସର ଡଃ ନିତ୍ୟାନନ୍ଦ ପ୍ରଧାନ ବିଷୟ ଭିତ୍ତିକ ବକ୍ତା ଭାବରେ ଯୋଗଦେଇ ସାମାଜିକ ଓ ଅବେଗିକକ ବିକାଶ ବିଷୟବସ୍ତୁକୁ ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସଂଯୋଗ କରି ବିତାର ଭାବରେ ବର୍ଣ୍ଣନା କରିଥିଲେ । ଡଃ ପର୍ଶୁରାମ ମିଶ୍ର, ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଡଃ ମିନକେତନ ପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବେଦାନ୍ତ ଦର୍ଶନ ପରିପ୍ରେକ୍ଷୀରେ ନିଜର ବକ୍ତବ୍ୟ ରଖିଥିଲେ । ଦିନ ଦୟାଲ ଉପାଧ୍ୟାୟ ବିଶ୍ଵବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ପ୍ରଫେସର ଧନଞ୍ଜୟ କୁମାର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଭାରତୀୟ ଜ୍ଞାନ ପରମ୍ପରାକୁ ସଂଯୋଗ କରି ଉଦାହରଣ ମାଧ୍ୟମରେ ସାମାଜିକ ଓ ଅବେଗିକ ଶିକ୍ଷଣ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବରେ ପଦ୍ମପୁରର ଅତିରିକ୍ତ ଜିଲ୍ଲାପାଳ ଚବନ୍ କୁନାଲ ମୋତିରାମ ଯୋଗଦେଇ ଭଗବତ ଗୀତା, ଉପନିଷଦ ଓ ଭାରତୀୟ ଜ୍ଞାନ ପରମ୍ପରାର ଉଦାହରଣ ଦେଇ ଛାତ୍ରମାନଙ୍କୁ ସାମାଜିକ ଓ ଆବେଗିକ କ୍ଷେତ୍ରରେ ନିଜକୁ ବିକଶିତ କରିବାପାଇଁ ଉତ୍ସାହିତ କରିଥିଲେ । ଶେଷରେ ସଂପାନର ଉପଦେଶକ ଡଃ ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ପରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଅଧ୍ୟାପକ ତଥା ଗବେଷକ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । ଡଃ ସରୋଜ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସଂପାନକୁ ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଖଗେଶ୍ୱର ଦାସ, ନବକୃଷ୍ଣ ମିଶ୍ର, ପ୍ରଭାତ ମହାପାତ୍ର, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ଡଃ ସରୋଜ କୁମାର ନାୟକ, ସନ୍ତୋଷ କୁମାର ମିଶ୍ର, ତାପିନୀ ପଣ୍ଡା, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡା, ପୂର୍ଣ୍ଣିମା ଦୋରାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.