ଆଭ୍ୟନ୍ତରୀଣ ଅଂଚଳର ବିକାଶ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଅଂଚଳବାସୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଆଭ୍ୟନ୍ତରୀଣ ଇଲାକା ମୋହନଗିରୀ, ମାଣିକେରା, ଲୁବେନଗଡ଼, ଦେଢଶୂଳୀ ଅଂଚଳ ଏବେ ଏବେ ପଡ଼ିଛି ବିକାଶର କିରଣ । ଯାହା ସମୁଦ୍ରକୁ ଶଙ୍ଖେ ପରି । ସଂପ୍ରତି ଏହି ଅଂଚଳର ବିକାଶ ଦିଗରେ ଅଂଟା ଭିଡ଼ିଛନ୍ତି ନେତୃସ୍ଥାନୀୟ କିଛି ଅଂଚଳବାସୀ । ଯେଉଁମାନେ କି ଏହି ସବୁ ଅଂଚଳରେ ସମସ୍ତ ସରକାରୀ ସୁବିଧାକୁ ସହଜ ଓ ସରଳ ଭାବରେ ପହଂଚାଇବା ଦିଗରେ ସଦା ପ୍ରୟାସରତ । ଆଜି ଏହି ଅଂଚଳର କିଛି ବୁଦ୍ଧିଜୀବି ବିଭିନ୍ନ ଦାବୀ ନେଇ ଓଡ଼ିଶା ସରକାରଙ୍କ ଶକ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଆଲୋଚନା ପରେ ସେ ନିଶ୍ଚିତ ଭାବରେ ଏହି ସବୁ ଇଲାକାରେ ଥିବା ସମସ୍ୟା ଦିଗରେ ଯତ୍ନବାନ ହେବି ବୋଲି କହିବା ସହିତ ଆଗାମୀ କିଛି ଦିନ ଭିତରେ ଏହି ଇଲାକା ପରିଦର୍ଶନ କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଆଜିର ଏହି ଆଲୋଚନାରେ ରାସ୍ତା, ପିଇବା ପାଣି, ବିଜୁଳୀ, ମୋବାଇଲ ଇତ୍ୟାଦି ସଂପର୍କରେ ଆଲୋଚନା ହେଇଥିଲା । ଆଜିର ଏହି ସାକ୍ଷାତରେ ବୁଦ୍ଧିଜୀବି ଗୋକୁଳା ନନ୍ଦ ବିଶ୍ୱାଳ, ସିଲି ମାଝୀ, ବିଶୁକେଶନ ମାଝୀ, କୌତୁକ ପନ୍ଦର, ହେମନ୍ତ ପନ୍ଦର, ସୁନୀତା ମାଝୀ(ସରପଂଚ ଲୁବେନଗଡ଼ ପଂଚାୟତ), ଯୋଗେଶ୍ୱର ମାଝୀ, (ନାଏବ ସରପଂଚ, ଲୁବେନଗଡ଼ ପଂଚାୟତ) ଟଙ୍କଧର ପନ୍ଦର, ଯୋଗେନ୍ଦ୍ର ଧରୁଆ, ସିଲି ମାଝୀ, ସୁମା ମାଲିକ, ଜରାଳୀ ମାଝୀ, ଜାସୁରୀ ମାଝୀ ପ୍ରମୁଖ ସାମିଲ ହେଇଥିଲେ ।

Leave A Reply

Your email address will not be published.

eighteen − 1 =