oom

ବିଜୁ ପକ୍କା ଘର ହିତାଧିକାରୀଙ୍କୁ ମରାମତି ସହାୟତା ବଣ୍ଟନ

jsmm

ମ.ରାମପୁର, (ହେମନ୍ତ ସାହୁ) : ବିଜୁ ପକ୍କା ଘର ହିତାଧିକାରୀଙ୍କୁ ମରାମତି ବାବଦକୁ ତିନି ହଜାର ଟଙ୍କା ବଣ୍ଟନର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେସିଂ ଜରିଆରେ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଭାଗୃହରେ ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ନର୍ଲା ବିଧାୟକ ଭୁପିନ୍ଦ୍ର ସିଂ କିଛି ହିତାଧିକାରୀଙ୍କ ଘରକୁ ଯାଇ ସହାୟତା ବଣ୍ଟନ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ସରପଞ୍ଚ ଚିତ୍ତ ରଂଜନ ବାଗ, ମ.ରାମପୁର ବିଡ଼ିଓ ଉତ୍ତମ କୁମାର ବାଗ, ମ.ରାମପୁର ବିଜେଡ଼ି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥି, ଯୁବ ବିଜେଡ଼ି ସଭାପତି ସତ୍ୟ ନାରାୟଣ ସାହୁ, ସାଇଦଲଙ୍ଗା ପଂଚାୟତର ସମିତି ସଭ୍ୟ ଭବାନୀ ଶଙ୍କର ସାହୁ, ଯୁବନେତା ଭଗବାନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.