jayashree

ଝାରବନ୍ଧରେ ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ ତେଜୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ହେବା ଯୋଗୁଁ ଉପଭୋକ୍ତା ଅତି‌ଷ୍ଠ ହେଉଥିବା ଦେଖାଯାଉଛି । ପ୍ରତ୍ୟହ ଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ପୁଣି ତା ସାଙ୍ଗକୁ ରାତ୍ର ସମୟରେ ବିଦ୍ୟୁତ କାଟ ହେଉଥିବାରୁ ଅଞ୍ଚଳରେ ନାନାଦି ଅପ୍ରିତିକର ଘଟଣା ସୂଚନା ମିଳୁଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ବାଧା ପ୍ରାପ୍ତ ହେଉଛି । ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ ପାଖେଇ ଆସିଲାଣି । ଫଳରେ ଛାତ୍ରଛାତ୍ରୀ ଭୋର ସମୟରେ ଉଠି ପାଠ ପଢ଼ୁଥିବା ସମୟରେ ବିଦ୍ୟୁତ କାଟ ହେଉଥିବାରୁ ପାଠ ପଢାରେ ବ୍ୟାଘାତ ହେଉଥିବା ଅଭିଯୋଗ ହେଉଛି । ରବି ଋତୁରେ ଧାନ ଚାଷ କରିଥିବା ପାଣି ଅଭାବରୁ ଧାନ ମରିବାକୁ ବସିଲାଣି । ଚାଷୀ ଧାନ ବିଲ ମାନଙ୍କରେ ଗାଈ ଗୋରୁ ଛାଡି ଦେଲେଣି । ବିଦ୍ୟୁତ ବିଭାଗକୁ ଖାଲି ବାହାନା ଦରକାର । ନିମ୍ନ ମାନର ମୋଟର ଟ୍ରାନ୍ସଫର୍ମର ବ୍ୟବହାର ଯୋଗୁଁ ବାରମ୍ବାର ମରାମତି ଦରକାର ପଡୁଛି । ପୁରୁଣା ଟ୍ରାନ୍ସଫର୍ମର ନୂଆ କଳର ଦେଇ ଅଣାଯାଉଛି ବୋଲି ଶୁଣିବାକୁ ମିଳୁଛି । ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲ୍ଟେଜ ଏକ ପୁରୁଣା ସମସ୍ୟା ହୋଇ ରହିଛି । ବିଦ୍ୟୁତ ବିଭ୍ରାଟ ହେଉଥିଲେ ମଧ୍ୟ ଝାରବନ୍ଧ ଅଞ୍ଚଳରେ ଗ୍ରାହକ ମାନେ ସ୍ୱର ଉତ୍ତୋଳନ କରୁନଥିବାରୁ ବିଦ୍ୟୁତ ବିଭାଗ ଲଗାମ ଛଡା ହୋଇଯାଇଛି । ପ୍ରଶାସନିକ କଟକଣା ନାହିଁ କି କେହି ତାଗିତ କରିବାକୁ ନାହିଁ । ତେଣୁ କରି ବିଦ୍ୟୁତ ବିଭାଗ କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଖାତିର କରନ୍ତି ନାହିଁ । ଅଞ୍ଚଳରେ କେତେକ ବଡ଼ ବଡ଼ିଆ ଧନୀ ଲୋକଙ୍କର ଇନଭେଟର ରହିଛି । ବିଭିନ୍ନ ଅଫିସ ବ୍ୟାଙ୍କ ମାନଙ୍କରେ ଜେନେରେଟର ରହିଛି ଏମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ । ମଧ୍ୟବିତ୍ତ ପରିବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ବୋଲି ସଂଖ୍ୟାଧିକ ଉପଭୋକ୍ତା ଅଭିଯୋଗ କରୁଛନ୍ତି ।

Leave A Reply

Your email address will not be published.