om academy

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଡାକ୍ତରଖାନାରେ ୬ଟି ଉନ୍ନତ ମାନର କୁଲର୍‌ ଦାନ

jsm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନବନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ ଶନିବାର ଦିନ ଅଚାନକ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଡାକ୍ତରଖାନାର ଅନ୍ତେବାସୀମାନେ ପ୍ରବଳ ଗରମରେ ଅସହ୍ୟ ହୋଇପଡୁଥିବାର ଦେଖିବାକୁ ପାଇଥିଲେ । ଏପରିକି ବିଭିନ୍ନ ୱାର୍ଡରେ ଥିବା ଅନ୍ତେବାସୀମାନେ ଗରମ ଯୋଗୁଁ କଳବଳ ହେଉଥିବାର ଅନୁଧ୍ୟାନ କରି ଡାକ୍ତରଖାନାର ସୁପରିନଟେଣ୍ଡେଟ୍‌ ଡାକ୍ତର ରାକେଶ ପଣ୍ଡିତ ସହ ବିଚାର ବିମର୍ଷ କରି ସମସ୍ୟା ଗୁଡିକ ଉପରେ ଅବଗତ ହୋଇଥିଲେ । ମୁଖ୍ୟତଃ ଚଳିତ ଗ୍ରୀଷ୍ମର ପ୍ରବଳ ଖରାରରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ପ୍ରତ୍ୟେକ ୱାର୍ଡରେ କୁଲର୍‌ର ଆବଶ୍ୟକତା ଅନୁଭବ କରି ସୋମବାର ଦିନ ନିଜେ ବ୍ୟକ୍ତିଗତ ଭାବେ ୫ଟି ଉଚ୍ଚମାନର କୁଲର୍‌ ଦାନ କରିଛନ୍ତି । ଏହି କୁଲର୍‌ଗୁଡିକ ଡାକ୍ତର ପଣ୍ଡିତଙ୍କ ଉପସ୍ଥିତିରେ ଆବଶ୍ୟକ ଥିବା ୱାର୍ଡ ମାନଙ୍କରେ ଲଗାଯାଇଛି । କୁଲର୍‌ ଦାନ ଦେବା ବେଳେ ଭାଜପାର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଘାସିରାମ ଜୈନ, ବେଦବ୍ୟାସ ନାଗ, ପ୍ରଦିପ ବାଗ, ମୟ ବାଗ, ଦେବରାଜ ସିଂ, କାହ୍ନୁ ଘିଭେଲା, ସଂଦିପ ଅଗ୍ରୱାଲ, ପିଂଟୁ ଅଗ୍ରୱାଲ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଅନ୍ୟ ଅତି ଆବଶ୍ୟକ ଉପକରଣ ରୋଗୀମାନଙ୍କ ସେବା ପାଇଁ ବିଧାୟକ ଶ୍ରୀବାଗ ବ୍ୟକ୍ତିଗତ ଭାବେ ଦାନ କରିବେ ବୋଲି ଜିଲ୍ଲା ଭାଜପା ସଭାପତି ମହାନ୍ତି ମେଡିକାଲ୍‌ ସୁପରିନଟେଣ୍ଡେଟ୍‌ଙ୍କୁ ପ୍ରତିଶୃତି ଦେଇଥିଲେ । ଦୀର୍ଘ ବର୍ଷ ହେଲା ପୂର୍ବରୁ ଥିବା ପ୍ରତିନିଧିମାନେ ରୋଗୀମାନଙ୍କ ପାଇଁ ୱାର୍ଡରେ ସାଧାରଣ କୁଲର୍‌ ଭଳି ଆବଶ୍ୟକତା ପୁରଣ କରି ପାରିନଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.