ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ପରିସରରେ ଆଜି ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାମାଜିକ କର୍ମୀ ବଡ ଶତପଥୀ, ମୁଖ୍ୟବକ୍ତା ଭାବରେ ବିଜୟ ଶଙ୍କର ଦେହୁରୀ ଓ ସମ୍ମାନିତ ଅତିଥି ଭାବରେ କେଦାରନାଥ ଦାଶ ଯୋଗଦେଇ ବିଦାୟୀ ସଂସ୍କୃତ ଶିକ୍ଷକ ଅପର୍ଣ୍ଣା ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଅତିଥିମାନେ ଅପର୍ଣ୍ଣା ସାହୁଙ୍କୁ ପୁଷ୍ପଗୁଛ ସହ ଉପଢୌକନ ଦେବା ବେଳେ ଉପସ୍ଥିତ ଛାତ୍ରୀମାନେ କାନ୍ଦି ପକାଇବା ଭଳି ଦୃଶ୍ୟ ଦେଖା ଯାଇଥିଲା । ଦଇତାରୀ ବିଶ୍ୱାଳ ସଭା ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!