ପଦ୍ମପୁର ଏନ.ଏ.ସି ର ବିଚିତ୍ର ନୀତି : ବିନା କାମରେ ବିଲ ଉଠାଣ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରୀ ଅର୍ଥକୁ କିପରି ହରିଲୁଟ କରାଯାଏ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ପଦ୍ମପୁର ଏନ.ଏ.ସିରେ ନିର୍ଧାରିତ କାର୍ଯ୍ୟ ସ୍ଥଳୀରୁ ୨ କି .ମି. ଦୂରରେ ସୂଚନା ଫଳକ ଲେଖିଦେଇ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ୮୪, ୦୦୦ ଟଙ୍କା ବିଲ କରି ଚାଲୁ କରି ଦେଇଥିବା ଦେଖିବାକୁ ମିଳୁଛି । ବିସ୍ତୃତ ବିବରଣୀ ଅନୁଯାୟୀ ପଦ୍ମପୁର ୱାର୍ଡ ନଂ-୧ କଲେଜ ରୋଡ଼ ଡ଼କ୍ଟର ଯଶୋବନ୍ତ ପଟ୍ଟନାୟକଙ୍କ ଘର ନିକଟରେ ଏନ.ଏ.ସି ତରଫରୁ ଏକ ନଳକୂପ ଖନନ ପାଇଁ ୮୪, ୭୫୦ ଟଙ୍କାର ଏକ ସୂଚନା ଫଳକ ପଦ୍ମପୁର ତହସିଲ ଅଫିସର ପାର୍ଶ୍ୱ କାନ୍ଥରେ ଦେଖିବାକୁ ମିଳିଛି ।

ଯାହାକି ନିର୍ଧାରିତ ସ୍ଥଳରୁ ପାଖାପାଖି ୨ କିଲୋମିଟର ଦୂର, କିନ୍ତୁ ଯେଉ ଜାଗାରେ ନଳକୂପ ଖନନ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି ସେହି ସ୍ଥଳରେ କୌଣସି ସରକାରୀ ନଳକୂପ ଖୋଲାଯାଇ ନାହିଁ, ଏନ.ଏ.ସି ର ଏପରି ଏକ ଆଶ୍ଚର୍ୟ୍ୟ ଜନକ ପ୍ରକ୍ରିୟା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଠିକାଦର ଓ ଏନ.ଏ.ସି ଅଧିକାରୀ ମିଳିମିଶି ନକଲି ଫଳକ ଜରିଆରେ ସରକାରୀ ପଇସା ହରିଲୁଟ କରିଥିବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି, ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହର ବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.