om academy

ବୀମା ରାଶି ପ୍ରଦାନ ପାଇଁ ଦାବୀପତ୍ର

jsm

ମୁରିବାହାଲ, (କେପିଏନ୍‌ଏସ୍‌) : ୨୦୧୯ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶିରୁ ବଂଚିତ ଥିବା ଶତାଧିକ ଚାଷୀମାନଙ୍କୁ ନେଇ ମୁରିବାହାଲ ପଞ୍ଚାଯତ ସମିତି ଅଧ୍ୟକ୍ଷ ହଂସରାଜ ଜୈନ ମୁଖ୍ୟମନ୍ତ୍ରୀଙ୍କ ଉ‌ଦ୍ଦଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ପ୍ରଦାନ କାର୍ୟ୍ୟକ୍ରମରେ ବ୍ଲକ ଉପାଧକ୍ଷ୍ୟା ଶ୍ରୀମତୀ ସୁନ୍ଦରମତି ବାଗ, ସରପଞ୍ଚ ଅଗସ୍ତି ବାଗ, କଶ୍ୟପ ସରାଫ, ଯୁଧିଷ୍ଠିର ଭରାସାଗରିଆ, ଭକ୍ତବନ୍ଧୁ ଛତ୍ରିଆ, ମୀନକେତନ ପାତ୍ର, ଯେକିଶନ ବାଗ, ସମିତି ସଭ୍ୟ ମଳୟ ପୁଟେଲ, ଯଦୁ କୁଂଭାର ଓ ଅନେକ ଚାଷୀ ଉପ‌ସ୍ଥିତ ଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଉ‌ଦ୍ଦଶ୍ୟରେ ତହସିଲଦାରଙ୍କୁ ବୀମା ରାଶି ପ୍ରଦାନ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.