jayashree

ସଇଁନ୍ତଲା ବ୍ଲକ୍‌ର ପିପ୍‌ରୁଟ୍‌ ସ୍ଥିତ ମେସର୍ସ ମହାବୀର ଫୁଡ୍‌ ପ୍ରଡକ୍ଟକୁ ଟ୍ୟାଗ୍‌ ହୋଇଥିବା ପ୍ୟାକ୍ସ କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଧାନ ସଂଗ୍ରହ କରିବା ଉପରେ ବାରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ୍‌ର ପିପ୍‌ରୁଟ୍‌ ସ୍ଥିତ ମେସର୍ସ ମହାବୀର ଫୁଡ୍‌ ପ୍ରଡକ୍ଟ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ଓଡ଼ିଶା ଚାଉଳ ଓ ଧାନ ସଂଗ୍ରହ ଏବଂ ଚାଉଳ କଷ୍ଟମ୍‌ ମିଲିଂ ଆଇନ, ୨୦୧୬ ଅନୁସାରେ ଏଫ୍‌ଆଇଆର୍‌ ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପ୍ରାପ୍ତ ହେବା ପରେ ମେସର୍ସ ମହାବୀର ଫୁଡ୍‌ ପ୍ରଡକ୍ଟକୁ ଟ୍ୟାଗ୍‌ ହୋଇଥିବା କୌଣସି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) କିମ୍ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଧାନ ସଂଗ୍ରହ କରିବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ବାରଣ କରିଛନ୍ତି । ଏହି ଆଦେଶ, ଅନ୍ୟ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.