କାସା କୋଲକାତା ଦ୍ୱାରା ଏଗ୍ରି କିଟ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସେବା ଜଗତ ତରଫରୁ ମ.ରାମପୁର, ବୁରାଟ ସ୍ଥିତ ତାଲିମ କେନ୍ଦ୍ର ଠାରେ କାସା କୋଲକାତା ଦ୍ୱାରା କୋଭିଡ – ୧୯ ଜରିଆରେ ଚାଷୀ ମାନଙ୍କୁ ଏଗ୍ରି କିଟ ସହ ସ୍ପେୟାର ମେସିନ ବଣ୍ଟନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲ୍ଳା ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନୀତ ଅତିଥି ଭାବରେ ମ.ରାମପୁର ସହକାରୀ କୃଷି ଅଧିକାରୀ ନିହାନ ନାଏକ ଓ ଡମ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପୁଝାରି, ଉପସ୍ଥିତ ଥିଲେ । ସେବା ଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଉକ୍ତ ସଭାକୁ ପରିଚାଳନା କରିଥିଲେ । ଏଥିରେ ମ.ରାମପୁର ବ୍ଳକର ୮ଟି ଗ୍ରାମ ପଞ୍ଚାୟତରୁ ୯୪ ଜଣଙ୍କୁ ଏଗ୍ରି କିଟ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.