oom

କଂଟାବାଂଜିକୁ ଜିଲ୍ଲା ଦାବିରେ ୧୨ଘଂଟିଆ ବନ୍ଦ ସଫଳ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ନେଇ ଜିଲ୍ଲା ସଂଘର୍ଷ ସମିତି ଦାବି ଦୀର୍ଘ ବର୍ଷରୁ ଦାବି କରିଆସୁଛି । ମଙ୍ଗଳବାର ଦିନ ୧୨ଘଂଟିଆ କଂଟାବାଂଜି ବନ୍ଦ ଡାକରା ସଫଳ ହୋଇଛି । ଜିଲ୍ଲା ସଂଘର୍ଷ ସମିତିର ସଭ୍ୟମାନେ ଏବଂ ସାମାଜିକ କର୍ମୀମାନେ ସକାଳ ପ୍ରାୟ ସାଢେ ଛଅଟାରୁ ସହରର ବିଭିନ୍ନ ଗଳିକନ୍ଦିରେ ଘୁରି ବୁଲି ଜିଲ୍ଲାଦାବୀକୁ ତୀବ୍ରତର କରିବା ପାଇଁ ଅନୁରୋଧ କରିଥିଲେ । ପୂର୍ବ ନିର୍ଦ୍ଧାରିତ ମୁତବାକ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏପରିକି ଯାନବାହାନ ଚଳାଚଳ ମଧ୍ୟ କୌଣସି ପ୍ରଭାବ ପଡି ନ ଥିବା ବେଳେ ସଂଘର୍ଷ ସମିତି ତରଫରୁ ମଧ୍ୟ କୌଣସି ପ୍ରକାର ଚାପ ଦିଆଯାଇ ନ ଥିଲା ଫଳରେ ଯାନବାହାନ ଚଳାଚଳ ସ୍ୱଭାବିକ ରହିଥିଲା । ଏପରିକି ଟ୍ରେନ ଚଳାଚଳ ମଧ୍ୟ ସ୍ୱଭାବିକ ଥିଲା । ସରକାରୀ କାର୍ଯ୍ୟାଳୟକୁ ପିକେଟିଂଗ ମାଧ୍ୟମରେ ବନ୍ଦ କରାଯାଇଥିବା ବେଳେ ପ୍ରଥମା ଅଷ୍ଟମୀ ଯୋଗୁଁ ସରକାରଙ୍କ ଘୋଷଣା ମୁତାବକ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଜିଲ୍ଲା ସଂଘର୍ଷ ସମିତିର ଦାବିକୁ ଶତାଧିକ ଅନୁଷ୍ଠାନ ସମର୍ଥନ ଜଣାଇ ସାମିଲ ଥିଲେ । ଆଜିର ବନ୍ଦରେ ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସଂପାଦକ ଦୁଃଖୀଶ୍ୟାମ ଗୁରୁ, ଉପସଭାପତି ସଂଜୟ କୁମାର ନାଥ, ସଭ୍ୟ ଅମରଚନ୍ଦ ଶର୍ମା, କୁଂଜବନ ବେହେରା, ସହଦେବ ନାଗ, ନରେନ୍ଦ୍ର ସୁନା ସହ ଅନେକ ଜିଲ୍ଲା ଦାବିରେ ସାମିଲ ଥିବା ସଭ୍ୟ ସାମିଲ ଥିଲେ ।

jittmm
Leave A Reply

Your email address will not be published.