oom

ଶିବତଲା ହରଗୌରୀ ମନ୍ଦିର ପରିସରରେ ବନ ମହୋତ୍ସବ ପାଳନ

jsmm

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଯେଉଁଆଡ଼େ ଦେଖିଲେ ଏବେ ଚାଲିଛି ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଜଙ୍ଗଲ ବିଭାଗ ମଧ୍ୟ ଏହି ସବୁ କାର୍ଯ୍ୟକ୍ରମ ଦେଖି ବହୁତ ଉତ୍ସାହିତ ହେଉଛି । ଆଜି ଶିବତଲାର ଶ୍ରୀ ଶ୍ରୀ ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ଅନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ସଦର ବଲାଙ୍ଗିର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରାମଦତ୍ତ ଭୋଇ ଜଣେ ପ୍ରକୃତି ପ୍ରେମୀ, ମେଳାପୀ ଓ ଜଣେ ଦକ୍ଷ ପ୍ରଶାସକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ ଅତିରିକ୍ତ କୃଷି ଅଧିକାରୀ ଶ୍ରୀ ଦାସ ପ୍ରାଣୀ ନିରିକ୍ଷକ ଉଦୟ ଚନ୍ଦ୍ର ପାତ୍ର ଯୋଗଦାନ କରିଥିଲେ । ଶିବତଲା ସରପଞ୍ଚ ବାଳକୃଷ୍ଣ ବେହରା ସମିତି ସଭ୍ୟ ଗୋପବନ୍ଧୁ ମେହେର, ପୋଷ୍ଟ ମାଷ୍ଟର ଗୋପାଳ ବେହେରା ସୌନ୍ଦର୍ଯ୍ୟକରଣ କମିଟି ସଭାପତି ଚନ୍ଦ୍ର ଶେଖର ବେହେରା, ଉପସଭାପତି ନବୀନ ସାହୁ, ସମ୍ପାଦକ ହୋଲିସ୍ଵର ଧରୁଆ ତଥା ସଦସ୍ୟ ସୋମନାଥ ପଟେଲ, ଅନନ୍ତ ବେହେରା ଅଶ୍ୱନୀ ମହାକୁର, ରିଙ୍କୁ ଦାସ, କୁନା ବେହେରା, ଦୀପକ କର୍ମୀ, ନୀଳାଞ୍ଚଳ ଧରୁଆ, ରାମେଶ୍ୱର ମାଝୀ, ସତ୍ୟନାରାୟଣ ଧରୁଆ, ବସନ୍ତ ଭୋଇ, ଚରଣ ଷାଣ୍ଢ ପ୍ରମୁଖ ଯୋଗଦାନ କରିଥିଲେ ଓ ନୂଆଁ ଗଛ ଲଗାଇ ବହୁତ ଖୁସି ମିଲିଲା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.