ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ବୈଠକ ସଭାପତି ଛାୟାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ନିମ୍ନ ଲିଖିତ ନିଷ୍ପତ୍ତି ଗ୍ରହଣ କରାଗଲା । ବଲାଙ୍ଗିର ଜିଲ୍ଲା ଶିକ୍ଷକ ଭବନର ପଟ୍ଟା ବିଷୟରେ ବଲାଙ୍ଗିର ତହସିଲ ଅଫିସକୁ ଯାଇ କାର୍ଯ୍ୟର ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତି କରାଗଲା । ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ସଭ୍ୟ ଫର୍ମ ସହ ଦେୟ ପୈଠ କରିବା ପାଇଁ ଧାର୍ଯ୍ୟ କରାଗଲା । ପ୍ରତି ମାସ ୨୦ ତାରିଖରେ ଜିଲ୍ଲା ସ୍ତରୀୟ ଓଷ୍ଟା ଅଫିସ ଖୋଲା ରଖି ଜିଲ୍ଲାସ୍ତରୀୟ ସମସ୍ୟା ଓ ବ୍ୟକ୍ତିଗତ ସମସ୍ୟା ଅବଗତ କରିବେ । ଅପ୍ରେଲ ୨୪ ଓ ୨୫ ତାରିଖ ଦିନ ଜିଲ୍ଲା ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ହେବାକୁ ସ୍ଥିର କରାଗଲା । ପ୍ରଶ୍ନପତ୍ର ବିତରଣ ପାଇଁ ବଲାଙ୍ଗିର ଓ ପାଟଣାଗଡ ଦୁଇଟି ବିତରଣ କେନ୍ଦ୍ର ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ଉକ୍ତ ବୈଠକରେ ରାଜ୍ୟ ଓଷ୍ଟା ସଭାପତି ବିନୋଦ ବିହାରି ପାଣିଗ୍ରାହି, ପୁରନ୍ଦର ଦାସ, ସୁଧାଂଶୁ ବାବୁ, ଜଳନ୍ଦର ମହାକୁଡ ଓ ସମସ୍ତ ବ୍ଲକ ସଂପାଦକ ତଥା ଜିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟକାରୀ ସଭ୍ୟ ସଭ୍ୟା ନିଜ ନିଜ ମତବ୍ୟକ୍ତ କରିଥିଲେ ।